Pratidin TV

Odisha's Digital News Platform

ନୂଆବର୍ଷ ପାଳିବାକୁ ପରିବାର ସହ ଜାପାନ ଯାଇଥିଲେ ଜୁନିଅର NTR, ସେଠାରୁ ଫେରି ଜଣାଇଲେ ଦୁଃଖ..

1 min read

ବିଶ୍ୱର ବିକଶିତ ଦେଶମାନଙ୍କ ତାଲିକାରେ ଜାପାନର ନାଁ ମଧ୍ୟ ରହିଛି । ଆଉ ଏହି ଦେଶ ଉପରେ ଏବେ ବଡ଼ ବିପଦ ମାଡିଆସିଛି । ଚାରିଆଡେ ଏବେ 2023 କୁ ବିଦାୟ ଦେଇ 2024 କୁ ସ୍ୱାଗତ କରିଥିବା ବେଳେ ଜାପାନବାସୀଙ୍କ ଉପରେ ଲଦି ହୋଇପଡିଛି ଦୁଃଖର ପାହାଡ଼ । ଏହି ଦେଶରେ ଅନେକ ଥର ଭୂକମ୍ପ ଘଟିଛି ଏବଂ ପ୍ରତ୍ୟେକ ଥର ସାହସର ସହିତ ଏହି କଷ୍ଟଦାୟକ ପରିସ୍ଥିତିର ସାମ୍ନା କରି ଆସିଛନ୍ତି ସେଠାକାର ଲୋକ ଦିନ ହେଲା କିନ୍ତୁ 2024 ଆରମ୍ଭ ନ ହେଉଣୁ ଜାପାନରେ ଏକ ଅଦ୍ଭୁତ ଭୂକମ୍ପ ଦେଖିବାକୁ ମିଳିଥିଲା। ପ୍ରବଳ ଭୂକମ୍ପ ହେବ ଯୋଗୁ ଜାପାନବାସୀ ଆତଙ୍କିତ କରିଛି। ଏଥିସହ ନୂଆ ବର୍ଷ ପାଳିବାକୁ ଯାଇଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହି ବିପଦର ସାମ୍ନା କରିଛନ୍ତି ।ଏହି ତାଲିକା ଜଣେ ଭାରତୀୟ ଅଭିନେତାଙ୍କ ନାଁ ରହିଛି । ନିକଟରେ ଜାପାନରୁ ଫେରିଥିବା ଦକ୍ଷିଣ ଅଭିନେତା ଜୁନିଅର ଏନଟିଆର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।ଜୁନିଅର NTR ଜାପାନରେ ରହୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିଛି ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ସେ ଲେଖିଛନ୍ତି,”ମୁଁ ଜାପାନରୁ ଫେରି ଆସିଛି ଏବଂ ସେଠାରେ ହୋଇଥିବା ଭୂକମ୍ପ ବିଷୟରେ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଛି । ମୁଁ ମୋର ଗତ ସପ୍ତାହରେ ସେଠାରେ ଅତିବାହିତ କରିଛି ଏବଂ ସେଠାରେ ରହୁଥିବା ଲୋକଙ୍କ ପାଇଁ ମୁଁ ଭାବପ୍ରବଣ ଅନୁଭବ କରୁଛି ଯେଉଁମାନେ ଏହି ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୁଁ ସେଠାରେ ଥିବା ଲୋକଙ୍କ ସ୍ଥାଣୁତା ଦ୍ୱାରା ପ୍ରଭାବିତ ଅନୁଭବ କରୁଛି ଏବଂ ଏହି କ୍ଷତିରୁ ଶୀଘ୍ର ପୁନରୁଦ୍ଧାର କାମନା କରୁଛି “।ତେବେ ntr ତାଙ୍କ ପରିବାର ସହିତ କିଛି ସମୟ ପୂର୍ବରୁ ହାଇଦ୍ରାବାଦ ବିମାନବନ୍ଦରରେ ନଜର ଆସିଥିଲେ। ଏହି ସମୟ ମଧ୍ୟରେ ସେ ନିଜ ପରିବାର ସହିତ ନୂଆ ବର୍ଷ ପାଳନ କରିବାକୁ ଯାଇଥିଲେ । ସେ ସେଠାରେ କିଛି ରହି ବୁଲାବୁଲି କରିଥିଲେ ପରେ ସେ ଆଜି ଫେରି ଆସିଛନ୍ତି । ଆସିବାର ପରେ ଜାପାନର ପରିସ୍ଥିତି ଦେଖି ଜୁନିଅର ଏନଟିଆର ବହୁତ ଆଶ୍ଚର୍ଯ୍ୟ ହୋଇ ସେଠାକାର ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *