Pratidin TV

Odisha's Digital News Platform

କଙ୍କଡା ଖାଇ ମହିଳାଙ୍କୁ ଗଣିବାକୁ ପଡିଲା ୫୭ ହଜାର ଟଙ୍କା…

1 min read

କଙ୍କଡା ଖାଇଗଲା ଟଙ୍କା
ଚିଲ୍ଲୀ କଙ୍କଡା ଖାଇ

ସିଙ୍ଗାପୁର: କଙ୍କଡା ଖାଇ କାଙ୍ଗାଳ ହୋଇଗଲେ ମହିଳା । ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ କାହାକୁ ବା ଭଲ ଲାଗିନଥାଏ । କିନ୍ତୁ ଏଠାରେ ଏପରି ଖବର ଦେଖିବାକୁ ମିଳିଛି ଯେ ମହିଳା ଜଣକ କଙ୍କଡାରେ ପ୍ରସ୍ତୁତଏକ ରେସିପି ଖାଇ ତାଙ୍କୁ ଅଧିକ ମୂଲ୍ୟ ଗଣିବାକୁ ପଡିଛି । ହଁ ଆଜ୍ଞା ଆମ ଦେଶରେ ଦେଖିବାକୁ ଗଲେ ସାଧାରଣ ଭାବରେ କଙ୍କଡା କିଲୋଗ୍ରାମ ପିଛା ୨୦୦-୪୦୦ ଟଙ୍କା ରେ ଉପଲବ୍ଧ, କିନ୍ତୁ ସିଙ୍ଗାପୁରରେ ଜାପାନର ଜଣେ ମହିଳା ପର୍ଯ୍ୟଟକଙ୍କ ଏକ ରେସ୍ତୋରାଁରେ କ୍ରାବ୍ ଡିସ୍ ତାଙ୍କୁ ପାଇଁ ୫୭ ହଜାର ଟଙ୍କା ଦେବାକୁ ପଡିଥିଲା । ଯାହା ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ବିଲ୍ ଦେଖି ତାଙ୍କର ହୋସ ଉଡିଗଲା ।
ରିପୋର୍ଟ ଅନୁଯାୟୀ ମହିଳାଙ୍କ ନାମ ଜୁଙ୍କୋ ସିନ୍‌ବା । ଜୁଙ୍କୋ ସିଙ୍ଗାପୁରର ପ୍ରସିଦ୍ଧ ଚିଲି କ୍ରାବ୍ ଖାଦ୍ୟର ସ୍ୱାଦ ଚାଖିବା ପାଇଁ ଏକ ରେସ୍ତୋରାଁକୁ ଯାଇଥିଲେ । କିନ୍ତୁ ରେସ୍ତୋରାଁ ତାଙ୍କୁ ସେହି ଥାଳି ପାଇଁ ଏତେ ମାତ୍ରାରେ ଚାର୍ଜ କରିଥିଲା ଯେ ସେ ପୋଲିସକୁ ଡାକିଥିଲେ । ମହିଳା ଜଣକ କହିଛନ୍ତି ଯେ ରେସ୍ତୋରାଁର ଜଣେ ୱେଟର ତାଙ୍କୁ ଆଲାସ୍କାନ୍ କିଙ୍ଗ କ୍ରାବ ଚିଲି ଡିସ୍ ଖାଇବାକୁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ସେହି ଥାଳିର ମୂଲ୍ୟ ମାତ୍ର ୩୦ ଡଲାର୍ ଅର୍ଥାତ୍ ୨୫୦୦ ଟଙ୍କା, କିନ୍ତୁ ସେ କହି ନାହାଁନ୍ତି ଯେ ଏହି ମୂଲ୍ୟ କେବଳ ୧୦୦ ଗ୍ରାମ କ୍ରାବ୍ ଥିଲା ।


ଏପରି ପରିସ୍ଥିତିରେ ମହିଳା ଜଣକ ଆଲାସ୍କାନ୍ କିଙ୍ଗ କ୍ରାବ ଚିଲି ଡିସ୍ ଅର୍ଡର କରିଥିଲେ ଏବଂ ତାଙ୍କ ସହ ଯାଇଥିବା ଅନ୍ୟମାନେ ମଧ୍ୟ ନିଜ ପସନ୍ଦର ଡିସ୍ ଅର୍ଡର କରିଥିଲେ । ତା’ପରେ ସେମାନେ ଖାଦ୍ୟ ଖାଇଥିଲେ । ପରେ ଯେତେବେଳେ ବିଲ୍ ଆସିଲା ସେତେବେଳେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ମୋଟ ବିଲ୍ ଥିଲା ୧,୩୨୨ ଡଲାର ଅର୍ଥାତ୍ ପ୍ରାୟ ୮୦ ହଜାର ଟଙ୍କା । ଏଥିରେ କେବଳ ଆଲାସ୍କା କିଙ୍ଗ କ୍ରାବ ଡିସର ମୂଲ୍ୟ ୯୩୮ ଡଲାର ଅର୍ଥାତ୍ ପ୍ରାୟ ୫୭ ହଜାର ଟଙ୍କା ଥିବାବେଳେ ଅନ୍ୟ ଖାଦ୍ୟର ମୂଲ୍ୟ ୨୦ ଡଲାର କିମ୍ବା ତା’ଠାରୁ କମ୍ ଥିଲା ।

Advertisement


ମହିଳା ଜଣକ କହିଥିଲେ ଯେ ଆମେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଗଲୁ ଯେ ଚାରି ଜଣଙ୍କ ପାଇଁ ରାତ୍ରୀ ଭୋଜନର ମୂଲ୍ୟ ଏତେ ଅଧିକ ବୋଲି । କାରଣ ରେସ୍ତୋରାଁ ଏହାକୁ ରାନ୍ଧିବା ପୂର୍ବରୁ କ୍ରାବର ମୋଟ ଓଜନ ବିଷୟରେ ଜଣାଇ ନଥିଲା, ବରଂ କ୍ରାବକୁ ପୁରା ରାନ୍ଧିଥିଲା । ବର୍ତ୍ତମାନ ମହିଳାଙ୍କ ପାଖରେ ବିଲ୍ ପୈଠ କରିବାକୁ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ତେଣୁ ରେଷ୍ଟୁରାଣ୍ଟ ତାଙ୍କୁ ୧୦୭ ଡଲାର ରିହାତି ଦେଇଥିଲା ।

Leave a Reply

Your email address will not be published. Required fields are marked *