Pratidin TV

Odisha's Digital News Platform

ନୋବେଲ ପୁରସ୍କାର ୨୦୨୪: ଶାନ୍ତି ପାଇଁ ସମ୍ମାନିତ ହେବ ଜାପାନର ନିହୋନ୍ ହିଡାନକିଓ ସଂଗଠନ …

1 min read

ଶାନ୍ତି ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ।
ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରେ। ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ ସଂଗଠନ କାର୍ଯ୍ୟ କରିବା ଜାରି ରଖିଛି।

ତେବେ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା। କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ କରିଥିଲା। ଏଥିରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ନିଭାଇଥିଲା।

Advertisement

ବିଶ୍ୱକୁ ଆଣବିକ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବା ପାଇଁ ସଂଗଠନ ଉଦ୍ୟମ ଜାରି ରଖିଥିଲା। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି। ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ, ନିହୋନ୍ ହିଡାନକିୟୋକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି ଆମେ ସେହି ସମସ୍ତ ବଞ୍ଚିଥିବା ଲୋକଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ, ଯେଉଁମାନେ ଯନ୍ତ୍ରଣାଦାୟକ ସ୍ମୃତି ସତ୍ତ୍ୱେ ଶାନ୍ତି ବାଛିଥିଲେ।

Leave a Reply

Your email address will not be published. Required fields are marked *