Pratidin TV

Odisha's Digital News Platform

ଏହି କାରଣ ପାଇଁ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ..

 ଜାପାନର ପ୍ରଧାନମନ୍ତ୍ରୀ  ଫୁମିଓ କିଶିଦା ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ଫୁମିଓ କିଶିଡା କହିଛନ୍ତି, ସେ ସେପ୍ଟେମ୍ବରରେ ଇସ୍ତଫା ଦେବେ। ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରି ଦେଇଛନ୍ତି। ଜାପାନର ଏକ ଗଣାମଧ୍ୟମ କୁ ଏହି ସୂଚନା ଦେଇ ସେ  ଏହା ନିଶ୍ଚିତ କରିଛି। ଶାସକ ଦଳର ଲିବରାଲ ଡେମୋକ୍ରାଟିକ (ଏଲ୍‌ଡିପି)ର ସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଫୁମିଓ କିଶିଡା ଘୋଷଣା କରିଛନ୍ତି।

ଅକ୍ଟୋବର ୨୦୨୧ରେ ଫୁମିଓ କିଶିଡା ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। କିଶିଦା ୟୋସିହିଡେ ସୁଗାଙ୍କ ସ୍ଥାନ ନେଇଥିଲେ। ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର କିଶିଦା କହିଛନ୍ତି,ସେ ଦଳର ସଭାପତି ଭାବରେ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସରେ ଏଲ୍‌ଡିପର ନୂତନ ନେତା ନିର୍ବାଚନ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ। କିଶିଦା ପ୍ରଧାନମନ୍ତ୍ରୀ ପଦ ଛାଡିବାର ମୁଖ୍ୟ କାରଣ ଦଳ ମଧ୍ୟରେ ବିବାଦ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *