Pratidin TV

Odisha's Digital News Platform

ଚର୍ଚ୍ଚିତ ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ମାମଲା ; ଦୀର୍ଘ ୧ ବର୍ଷ ପରେ କୋଠାକୁ ଭାଙ୍ଗିଲା ପ୍ରଶାସନ

ଜଟଣୀ : ବହୁ ଚର୍ଚ୍ଚିତ ଜଟଣୀ ର ଦୁଃଖ କୁହାଯାଉଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ଦୀର୍ଘ ବର୍ଷ ହେଲାଣି ଗୋଟିଏ କୋଠା ଘର ବାଧକ ସାଜିଥିଲା । ଯାହାକୁ ଗତକାଲି ପ୍ରଶାସନ ବୁଲ ଡୋଜର ଲଗାଇ ଧୂଳିସାତ କରିଛି ।

ସୂଚନା ଅନୁଯାୟୀ ଏହି ବ୍ରିଜ କାମ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା । କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନଥିଲା । ତେବେ ବ୍ରିଜର ପ୍ରାୟତଃ ସବୁ ସମସ୍ୟା ସମାଧାନ ହୋଇଥିଲେ ସୁଦ୍ଧା ସ୍ଥାନୀୟ ବଡ଼ ବଜାର ଭିତରେ ଏକ କୋଠା ପାଇଁ ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା । ବାରମ୍ବାର କୋର୍ଟର ସ୍ଥିତବସ୍ଥା କରି କରାଇ ଘର ମାଲିକ ବ୍ରିଜ ନିର୍ମାଣ ରେ ବାଧକ ସାଜିଥିଲେ ।

ଗତ କିଛିଦିନ ତଳେ ଜଟଣୀ ନାଗରିକ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ ଏଠାରେ ଜାରି ହୋଇଥିବା ସ୍ଥିତବସ୍ଥା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାକୁ ଖାରଜ କରାଇଥିଲେ । ପରେ ଗତକାଲି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଭିତରେ ଏହି ବିଶାଳ କୋଠାକୁ ଭାଙ୍ଗି ଦିଆଯାଇଛି ।

Leave a Reply

Your email address will not be published. Required fields are marked *