ପାରିବାରିକ ରାଜନୀତିରେ ଛନ୍ଦି ହୋଇଗଲେ ସୁର , ପୁଅ ବିଜେଡିରେ ମିଶିବା ପରେ କଂଗ୍ରେସ କର୍ମୀଙ୍କ ଅସନ୍ତୋଷ …
1 min readକଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ଏବେ ତାଙ୍କର ସାନପୁଅ ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ହେଲେ ଏପଟେ ତାଙ୍କର ବିଜେଡି ରେ ମିଶିବାକୁ ପସନ୍ଦ କରୁନାହିଁ ରାଜ୍ୟ କଂଗ୍ରେସ କର୍ମୀ ମାନେ ।ସେମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । କଂଗ୍ରେସ କର୍ମୀ ମାନେ ଅସନ୍ତୋଷ ବ୍ୟକ୍ତ କରି କହୁଛନ୍ତି , ତାଙ୍କ ସହିତ ଧୋକା ହୋଇଛି । ସେମାନେ ଦୀର୍ଘବର୍ଷ ଧରି ସୁର ରାଉତରାୟ ଙ୍କୁ ବିଶ୍ୱାସ କରି ଆସୁଛନ୍ତି । ସେଥିପାଇଁ ଆଜି ତାଙ୍କୁ ବିଧାୟକ ରୁ ମନ୍ତ୍ରୀ କରିଥିଲେ , ହେଲେ ତାଙ୍କ ସହ ଏତେ ବଡ ଧୋକା ସେ ସହିପାରିବେନି । କଂଗ୍ରେସ କର୍ମୀ ମାନେ ଅଭିଯୋଗ କରୁଛନ୍ତି ଯେ ସୁର ଏ ବିଷୟରେ ସବୁ କିଛି ଜାଣିଛନ୍ତି ବୋଲି । ଏବଂ ସୁରଙ୍କ ପରାମର୍ଶରେ ପୁଅ ବିଜେଡି ରେ ମିଶିଛି ବୋଲି କହିଛନ୍ତି ।
ସେପଟେ କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଥିବା କହିଛନ୍ତି ସୁର । ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର । ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି । ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି ସ୍ପଷ୍ଟ ସୁର ରାଉତରାୟ ।