Pratidin TV

Odisha's Digital News Platform

ଅଭିନୟ ପୂର୍ବରୁ ସରିଗଲା ଜୀବନ ଯାତ୍ରା

ଧର୍ମଶାଳା : ମେକଅପ ନେବା ସମୟରେ ଟଳି ପଡିଲେ ଯାତ୍ରା ନାୟକ। ମଞ୍ଚସ୍ଥ ହେଲା ଅଲଗା ନାଟକ। ଅଫେରା ରାଇଜରେ ଯାତ୍ରା ନାୟକ ଜୟନ୍ତ ମହାପାତ୍ର। ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଉ ତାଙ୍କ ମୃତ୍ୟୁ ପରେ ବନ୍ଦ ହୋଇଯାଇଥିଲା ନାଟକ। ସାଥି କଳାକାରଙ୍କ ସମେତ ଦର୍ଶକଙ୍କ ଆଖିରୁ ମଧ୍ୟ ଝରିଥିଲା ଲୁହ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ରେ ନାଟକ ମଞ୍ଚସ୍ଥ କରୁଥିଲା ଦରବାର ଅପେରା। ରବିବାର ରାତିରେ ନାଟକ ହେବାର ଥିଲା ଫଗୁଣ ଦେଇଛି ଦୁଃଖ ଛଗୁଣ। ମେଲୋଡି ଚାଲିଥିଲା ଆଉ କଳାକାର ମାନେ ନିଜକୁ ପ୍ରସ୍ତୁତ କରୁଥିଲେ ଯାତ୍ରା ମଞ୍ଚକୁ ଯିବା ପାଇଁ ହିରୋ ଜୟନ୍ତ ମହାପାତ୍ର ମେକପ ରୁମରେ ମେକଅପ ନେଉଥିଲେ। ହଠାତ ଅସୁସ୍ଥ ହୋଇପଡିଲେ, ଆଉ ତୁରନ୍ତ ତାଙ୍କୁ ଡାକ୍ତରଖାନା ପଠାଇ ଦିଆଗଲା।

ଜୟନ୍ତଙ୍କ ଅନୁପସ୍ଥିତି ଯୋଗୁ ନାଟକ ବଦଳାଇବାକୁ ପଡିଲା। ଫଗୁଣ ଦେଇଛି ଦୁଃଖ ଛଗୁଣ ବଦଳରେ ଭାଇ ସାତପର ଭାରିଜା ନିଜର ନାଟକ ମଞ୍ଚସ୍ଥ ହେଲା। ପରେ ଖବର ଆସିଲା ଜୟନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି।ସାଥୀ କଳାକାର ଙ୍କ ଠାରୁ ଆରମ୍ଭ କରି ଦର୍ଶକ ମାନେ ବି ସ୍ତବ୍ଧ ହୋଇଗଲେ। ନାଟକ ତ ବନ୍ଦ ହେଲା, ଟିକେଟ କାଟି ଯାତ୍ରା ଦେଖୁଥିବା ଦର୍ଶକଙ୍କ ମନ ଦୁଃଖ ରେ ଭରି ଯାଇଥିଲା। ମୃତ ଜୟନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ରାଜବରହମପୁର ଅଞ୍ଚଳରେ। ପରେ ତାଙ୍କ ମରଶରୀର ନିଜ ଗାଁକୁ ନିଆଯାଇ ଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *