Pratidin TV

Odisha's Digital News Platform

ରେଲୱେ ଟ୍ରାକରୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ।

1 min read

କୋରାପୁଟ ; ରେଲୱେ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ରେଲୱେ ଟ୍ରାକରୁ ମୃତଦେହ ଉଦ୍ଧାର କରାଯାଇଛି।

ଗତକାଲି ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଜାଖୋଜା କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

Advertisement

Leave a Reply

Your email address will not be published. Required fields are marked *