Pratidin TV

Odisha's Digital News Platform

ଶତ୍ରୁକୁ ପରାସ୍ତ କରି କ୍ୟାନ୍ସରଠାରୁ ହାରିଗଲେ ଯବାନ୍ , କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ…

1 min read

ବଲାଙ୍ଗୀର : ଦେଶ ପାଇଁ ସମର୍ପିତ ଥିବା ଜଣେ ଯବାନଙ୍କ ଅକାଳରେ ବିୟୋଗ ହୋଇଛି। ପାର୍ଥିବ ଶରୀର ବଲାଙ୍ଗୀର ଜନ୍ମ ମାଟିରେ ପହଞ୍ଚିଳା ପରେ ଗାଆଁରେ ଶୋକର ଛାୟା ଖେଳି ଯାଇଛି। ସେପଟେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କ ଗାଁ ଜନ୍ମ ମାଟିରେ ଶେଷ କୃତ୍ୟ ସଂପନ୍ନ ହୋଇଛି। ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ବାଗଡୁରା ଗ୍ରାମର ପ୍ରତାପ ନିଆଲ ଦୀର୍ଘ ୧୧ ବର୍ଷ ହେବ ଭାରତୀୟ ସୈନ୍ୟ ବାହିନୀରେ କାର୍ୟ୍ୟରତ ଥିଲେ। ତେବେ ସେ ଏସଏସବି ଯବାନ ଭାବରେ ବିହାର ରାଜ୍ୟ ପାଟଣାରେ ନିୟୋଜିତ ଥିଲେ। ଏବଂ ସେ କର୍କଟ ରୋଗରେ ପୀଡିତ ଥିଲେ।

ତେବେ ତାଙ୍କର ଚିକିତ୍ସା ସୈନିକ ହସ୍ପିଟାଲ ରେ ଚାଲିଥିଲା। ହେଲେ ଦୁଃଭାଗ୍ୟ ବସତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଯାହା ପରେ ତାଙ୍କର ପାର୍ଥିବ ମର ଶରୀର ଟଙ୍କା ଜନ୍ମ ମାଟି ଗାଁ ରେ ପହଞ୍ଚିଛି। ସେପଟେ ଏହି ଖବର ପ୍ରଚାର ହେବା ପରେ ଗାଁ ରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଥିଲା। ସେପଟେ ପ୍ରଶାସନିକ ଅଧିକାରୀ, ପୋଲିସ୍ ଓ ଯବାନ ମାନେ ମଧ୍ୟ ଏଠି ଉପସ୍ଥିତ ଥିଲେ। ସେପଟେ ଗାଆଁରେ ବନ୍ଦେମତାରମ୍ ଓ ଯବାନ ପ୍ରତାପ ନିଆଲ୍ ଆମର ରହେ ବୋଲି ସମସ୍ତେ ନାରା ଦେଇ ଥିଲେ। ଏବଂ ସ୍ଥାନୀୟ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।

Advertisement

ତେବେ ମୃତ ଯବାନ ପ୍ରତାପ ନୀଆଲ ତାଙ୍କ ପରିବାର ପାଇଁ ଜଣେ ମାତ୍ର ରୋଜାଗରିଆ ଥିଲେ। ତାଙ୍କ ବାପାଙ୍କ ପୂର୍ବରୁ ବିୟୋଗ ହୋଇ ଥିବାବେଳେ ଏବେ ତାଙ୍କର ବିୟୋଗରେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର। ବୃଦ୍ଧା ମା ଓ ତାଙ୍କ ସ୍ତ୍ରୀ ଆଗକୁ ପରିବାର କେମିତି ପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏବଂ ପରିବାରର ଜଣ କୁ ସରକାରୀ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *