Pratidin TV

Odisha's Digital News Platform

ଧରାପଡିଲା ପୋଲିସ ବାବୁଙ୍କ କଳା କାରନାମା ; ଫ୍ରେବୃଆରୀରେ ଜଣଙ୍କୁ ଆଉ ମାର୍ଚ୍ଚରେ ଆଉ କରିଛନ୍ତି ବିବାହ !

1 min read

ସମ୍ବଲପୁର ; ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କଲେ ପୋଲିସ ବାବୁ । ଏମିତି ଅଭିଯୋଗ ଆଣିଛନ୍ତି ପ୍ରଥମ ସ୍ତ୍ରୀ । ଏନେଇ ମହିଳା ଜଣକ ପୂର୍ବରୁ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ କୌଣସି ଆଖିଦୃଶିୟା ପଦକ୍ଷେପ ନନେବାରୁ ଶେଷରେ ମହିଳା ଜଣକ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇ ନ୍ୟାୟ ମାଗିଛନ୍ତି ।

ସମ୍ପୃକ୍ତ ମହିଳା ଜଣକ ଦେବଗଡ଼ ଜିଲ୍ଲାର ହୋଇଥିବା ବେଳେ ଗତ ଫେବୃଆରୀ ୧୪ /୨୦୨୪ ତାରିଖ ଭାଲେଣ୍ଟାଇନ ଦିନ ରେଙ୍ଗାଲି ସ୍ଥିତ ରାମଚନ୍ଦ୍ର ନଗର ର ସମଲେଶ୍ୱରୀ ମନ୍ଦିର ଠାରେ ସୁଧୀର କୁମାର ପାତ୍ର ନାମକ ଜଣେ ଯୁବକ ଯେ କି ଜଣେ ଅର୍ଦ୍ଧ ସାମାରିକ ବିଭାଗର ଜଣେ ଯବାନ ଅଟନ୍ତି ତାଙ୍କୁ ବିବାହ କରିଥିଲେ ।

Advertisement

ତେବେ ମାସେ ନପୂରୁଣୁ ଗତ ମାର୍ଚ୍ଚ ୩ ତାରିଖରେ ମହିଳା ଙ୍କୁ ବିବାହ କରିଥିବା ଯବାନ ଜଣକ ପ୍ରଥମ ପତ୍ନୀ ଥାଉ ଥାଉ ତାଙ୍କ ଅଜାଣତ ରେ ବେଆଇନ ଭାବେ ଦ୍ୱତୀୟ ବିବାହ କରିଥିବାର ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା । ଏନେଇ ସେ ସମ୍ବଲପୁର ଏସପି ଙ୍କୁ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *