Pratidin TV

Odisha's Digital News Platform

ସ୍ୱାମୀଙ୍କ ନାମ ଯୋଡ଼ିବାରୁ ସଂସଦରେ ରାଗିଗଲେ ଜୟା ..

1 min read

ସ୍ୱାମୀଙ୍କ ନାମ ଯୋଡ଼ିବାରୁ ସଂସଦର ରାଗିଗଲେ ଜୟା ବଚନ । ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ  ତାଙ୍କୁ ଅମିତାଭ ଜୟା ବଚନ ବୋଲି ସମ୍ବୋଧନ କରିଥିଲେ  । ଯାହା ଶୁଣିବା ପରେ ଆପତ୍ତି ଉଠାଇଥିଲେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ । 

ଡେପୁଟି ଚେୟାରମ୍ୟାନ୍ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ କରି ମତ ରଖିବାକୁ କହିଥିଲେ  । ଏହାକୁ ଦୃଢ଼ ବିରୋଧ କରି  ଜୟା  କହିଥିଲେ କି ‘ସାର୍‌ ମୋତେ କେବଳ ଜୟା ବଚ୍ଚନ ଯଥେଷ୍ଟ ହୋଇଥାନ୍ତା’। ତା’ପରେ ଟିକେ ହସି ଜୟା  କହିଥିଲେ, ‘‘ଏହା କିଛି ନୂଆ କଥା ନୁହେଁ। ମହିଳାମାନଙ୍କୁ ନିଜ ସ୍ୱାମୀଙ୍କ ନାମରେ ସ୍ୱୀକୃତି ଦିଆଯିବା ଅତି ସାଧାରଣ କଥା। ଯେପରି ସେମାନଙ୍କର (ମହିଳାମାନଙ୍କର) କୌଣସି ଅସ୍ତିତ୍ୱ କିମ୍ବା କୌଣସି ସଫଳତା ନାହିଁ।’’ପରେ ଜୟା ବଚ୍ଚନ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ପ୍ରସଂଗକୁ ଉଠାଇଥିଲେ।

Leave a Reply

Your email address will not be published. Required fields are marked *