ଅଭିଷେକ – ଐଶ୍ବର୍ଯ୍ୟାଙ୍କ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଆସିଲା ଜୟାଙ୍କ ବିସ୍ଫୋରକ ବୟାନ , କହିଲେ ଐଶ୍ବର୍ଯ୍ୟା ମୋ ବୋହୂ ଝିଅ ନୁହେଁ ..
1 min readଐଶ୍ବର୍ଯ୍ୟା ମୋ ବୋହୂ ଝିଅ ନୁହେଁ। ଆଜି ଏପରି କହି ଟ୍ରୋଲ ହେଉଛନ୍ତି ଜୟା ବଚ୍ଚନ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଛାଡପତ୍ରକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଛି ଜୟା ବଚ୍ଚନଙ୍କ ବୟାନ ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ବାସ୍ତବରେ ଜୟା ଏବଂ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ନୁହଁ ବୋଲି କହୁଥିବା ଦେଖାଯାଇଛି। ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନ ଜୟାଙ୍କୁ ନେଇ ଅନେକ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ।
ସାକ୍ଷାତକାରରେ ଜୟାଙ୍କୁ ପଚରାଯାଇଥିଲା ଯେ ଅଭିଷେକ ବଚ୍ଚନଙ୍କ ବିବାହ ପରେ ସେ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସହ କଠୋର ଆଚରଣ କରୁଥିଲେ କି? ଏହି ପ୍ରଶ୍ନର ଉତ୍ତରରେ ଜୟା ବଚ୍ଚନ କହିଥିଲେ ଯେ, “ଜଣେ ଶାଶୁ ଭାବରେ ଐଶ୍ୱର୍ଯ୍ୟାଙ୍କ ସହ କଠୋର ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ମୋ ପିଲାମାନଙ୍କ ପାଇଁ ବହୁତ କଠୋର ଥିଲି। ତାଙ୍କୁ ଭଲ ବାଟରେ ଚଲାଇବା ପାଇଁ ମୋତେ କଠୋର ହେବାକୁ ପଡ଼ିଥିଲା। ଐଶ୍ବର୍ଯ୍ୟାଙ୍କ ପାଇଁ ମୁଁ କାହିଁକି କଠୋର ହେବି। ସେ ମୋ ବୋହୂ, ଝିଅ ନୁହନ୍ତି। ମୁଁ ନିଶ୍ଚିତ ଯେ, ତାଙ୍କ ମା’ ତାଙ୍କ ପାଇଁ କଠୋର ହୋଇ ସବୁ ଶିଖାଇଥିବେ।”