ଜୟପୁର ବିକ୍ରମ ଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱ ବିଦ୍ୟାଳୟ ମାନ୍ୟତା..
1 min readକୋରାପୁଟ : ପୁରୁଣ ହେଲା ଛାତ୍ରଛାତ୍ରୀଙ୍କ ତଥା ଅଧକ୍ଷା,ଅଧ୍ୟାପକଙ୍କ ବହୁ ପୁରାତନ ଆଶା । ଖୁସିରେ ନାଚିଲେ ଏକାଠି । ବୁଧବାର ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳିଲା ଓ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଲଗାଇଛନ୍ତି । ଏହି କଲେଜ ଦକ୍ଷିଣ ଓଡିଶାର ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିବା ହେତୁ ଏହି ଅଞ୍ଚଳ ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ ରୂପେ ପରିଗଣିତ ହୋଇଛି ।
ତେବେ ସୂଚନାମୁତାବକ ଆସନ୍ତା କାଲି ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନାମ ଜୁବୁଲୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଚୂଡାନ୍ତ ଘୋଷଣାକୁ ଅଭିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ଓ ଏହି ଅବସରରେ ଓଡିଶା ର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡି କଲେଜର ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ୮୪ଟି କଲେଜକୁ ବଡ଼ ଭେଟି ଦେଇଛନ୍ତି ଓ ଏହି ଖୁସିରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନେ ନାଚ ଗୀତ ସହ ଉତ୍ସାହ ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।