ରହସ୍ୟ ଘେରରେ ଭାଇ-ଭଉଣୀଙ୍କ ମୃତ୍ୟୁ , ସମାନ ସ୍ଥାନରୁ ମିଳିଳା ଭଉଣୀ ମୃତଦେହ
1 min readଭୁବନେଶ୍ୱର : ପୁଅ ପାଇଁ ଆଖି ଲୁହ ନ ଶୁଖୁଣୁ ଚାଲିଗଲା ଝିଅ । ଏବେ କିଏ ସମ୍ଭାଳିବ ତାଙ୍କୁ ! କୁହନ୍ତି ପିଲା ବଡହେଲା ପରେ ବାପା ମାଙ୍କ ଦାୟିତ୍ୱ ନିୟନ୍ତି , ତାଙ୍କ ଦୁଃଖ ଦୂର କରନ୍ତି । କିନ୍ତୁ ଏଠିତ ସେଇ ପିଲାମାନେ ହିଁ ବାପାମାଙ୍କ ଦୁଃଖର କାରଣ ପାଲଟିଯାଇଛନ୍ତି । ହାତଧରା ଧରି ହୋଇ ଆଗ ପଛରେ ବାପାମାଙ୍କୁ ଏକା କରି ଛାଡି ଚାଲିଯାଇଛନ୍ତି ଦୁଇ ଭାଇଭଉଣୀ । ଉଜୁଡି ଯାଇଛି ଏକ ହସଖୁସିର ପରିବାର । ୧୨ ବର୍ଷର ପୁଅ ମରିବାର ୩ ଦିନ ନହେଉଣୁ ଛାଡିଚାଲିଯାଇଛି ୨୪ ବର୍ଷର ଝିଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଜୟପୁର ଟାଉନ ଥାନାର ପାରାବେଡାରେ ଘଟିଛି । ତେବେ ଏଯାଏଁ ସୁଦ୍ଧା ଉଭୟଙ୍କ ମୃତ୍ୟୁର କିଛି ସ୍ପଷ୍ଟ କରାଣ ଜଣାପଡିନାହିଁ । ଉଭୟ ଭାଇ-ଭଉଣୀଙ୍କ ମୃତ୍ୟୁକୁ ନେଇ ବଢିଚାଲିଛି ରହସ୍ୟ । ଅନ୍ୟପଟେ ଉଭୟ ଭାଇ-ଭଉଣୀଙ୍କର ଏଭଳି ଅକାଳ ମୃତ୍ୟୁକୁ ନେଇ ଗାଁଟା ଯାକ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ ୩ଦିନ ତଳେ ଅର୍ଥାତ୍ ୨୯ ତାରିଖ ଦିନ ଗଦାଧରଙ୍କ ସ୍କୁଲ ପଢୁଆ (୧୨) ବର୍ଷର ପୁଅ ଶିବାଶିଷର ମୃତ ଦେହ ଦିନ ପ୍ରାୟ ଗୋଟାଏ ବେଳକୁ ଛାତଉପରୁ ରହସ୍ୟ ମୟ ଭାବେ ମିଳିଥିଲା । ଗତକାଲି ସେହି ଘର ଛାତଉପରୁ ସମାନ ସ୍ଥାନରୁ ୨୪ ବର୍ଷିୟ ଝିଅ ରଶ୍ମିତାର ଝୁଲନ୍ତା ମୃତଦେହ ମିଳିଛି । ଝିଅ ରଶ୍ମିତା ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜ୍ରେ ଲାଇବ୍ରେରିଆନ ଭାବେ କର୍ଯ୍ୟକରୁଥିଲେ । ଭାଇର ଏଭଳି ହଠାତ୍ ଅକାଳ ବିୟୋଗ ଖବର ପାଇ ରଶ୍ମିତା ଗାଁକୁ ଧାଇ ଆସିଥିଲେ ।କିନ୍ତୁ ଭାଇର ମୃତଦେହକୁ ଦେଖିପାରିନଥିଲେ । ଶୁବାଶିଷର ମୃତକୁ ଅତି ସହଜରେ ଗ୍ରହଣ କରିପାରିନଥିଲେ ରଶ୍ମିତା ।
ତେବେ ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ। ଶିବାଶିଷକୁ ରଶ୍ମିତା କହିଥିଲେ ଭୁବନେଶ୍ୱରରୁ ଘରକୁ ଆସିଲେ ତୋ ପାଇଁ ଡ୍ରେସ କିଣିଦେବେ ବୋଲି। ହେଲେ ରଶ୍ମିତା ଆସିବା ଆଗରୁ ଗତ ୨୯ରେ ଅକାଳ ବିୟୋଗ ହୋଇଥିଲା ଶିବାଶିଷଙ୍କର। ସ୍କୁଲରୁ ଫେରିବା ପରେ ଘର ଛାତ ଉପରେ ମିଳିଥିଲା ଡେଡବଡ଼ି। ତାଙ୍କ ବାପାଙ୍କ କହିବା କଥା, କେହି ଜଣେ ଅସାମାଜିକ ବ୍ୟକ୍ତି ଶିବାଶିଷକୁ ହତ୍ୟା ଧମକ ଦେଇ ହଜାରେ ଟଙ୍କା ମାଗିଥିଲା। ଶିବାଶିଷ ବି କାହାକୁ ନକହି ତାଙ୍କ ପକେଟ୍ରୁ ଟଙ୍କା ନେଇ ଦେଇଥିଲା ସେହି ଯୁବକଙ୍କୁ। ଆଉ ତାପରଦିନ ଶିବାଶିଷର ମୃତଦେହ ମିଳିଥିଲା ଘର ଛାତରୁ।
ଏପଟେ ଘରେ ପହଞ୍ଚିବାପରେ ରଶ୍ମିତା ସାନଭାଇପାଇଁ ଡ୍ରେସ ଖଣ୍ଡେ କିଣିପାରିନଥିବାରୁ ଅପ୍ଶୋଷ କରିଥିଲେ । ଭାଇର ଡ୍ରେସ କିଣା କଥାକୁ ମନେପକେଇ ଦିନ ରାତି ଝୁରି ହେଉଥିଲେ । ଏହିସବୁ କଥା ଭାବି ରଶ୍ମିତା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଗଦାଧର କହିଛନ୍ତି । କିନ୍ତୁ ଏଠାରେ ସନ୍ଦେହ ଘେରରେ ରହିଛି ଶିବାଶିଷର ମୃତ୍ୟୁ ! ୧୨ ବର୍ଷର ଛୁଆ ଛାତ ଉପରେ କେମିତି ମଲା ? ମୃତଦେହ ପାଖରେ ନା ରଶି ନା କିଛି ବିଷ ଦ୍ରବ୍ୟ କିଛି ମିଳିନଥିଲା ପୋଲିସକୁ । ଏନେଇ ପୋଲିସ ଉଭୟଙ୍କ ଶବ ବ୍ୟବିଚ୍ଛେଦ ରିପୋର୍ଟ ଆସିବା ଯାଏ ଅପେକ୍ଷା କରିବା ସହ ଏକାଧିକ ଦିଗକୁ ଲକ୍ଷ୍ୟ କରି ଖୋଳତାଡ ଆରମ୍ଭ କରିଛି ।
୧୨ ବର୍ଷର ପୁଅକୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କିଏ? ତାଙ୍କୁ ୧୦୦୦ ଟଙ୍କା କାହିଁକି ମାଗିଥିଲା ? ଯଦି ଶିବାଶିଷଙ୍କୁ କିଏ ଟଙ୍କା ମାଗୁଥିଲା ବା ଧମକାଉଥିଲା ତେବେ ଶିବାଶିଷ ଘରେ କାହିଂକି ଜଣାଇନଥିଲେ ! ନା ଏସବୁ ପଛରେ ଲୁଚି ରହିଛି ଆଉ କିଛି ବଡ ରହସ୍ୟ । ୧୨ ବର୍ଷର ଛୁଆ ଅତ୍ମହତ୍ୟା କଲା କିପରି ? ନାତା ଶରୀର ଝୁଲନ୍ତା ଅବସ୍ଥାରେ ମିଳିଲା ନା ତାପଖରୁ କିଛି ବିଷାକ୍ତ ଦ୍ରବ୍ୟ ତେବେ ଶିବାଶିଷ ହଠାତ୍ ଛାତଉପରେ ମୃତ୍ୟୁ ହେଲା କିପରି ? ଏସବୁ ଦିଗକୁ ନେଇ ବଢିଯାଇଛି ପୋଲିସର ଚିନ୍ତା । ତେବେ ଶବବ୍ୟବିଚ୍ଛେଦ ରିପୋର୍ଟ ଆସିଲେ ହିଁ ଉଠିପାରିବ ଭାଇ –ଭଉଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ରହସ୍ୟ ।