ମୋନାଲିସାଙ୍କ କିଛି ନୂଆ କରିବାର ସ୍ବପ୍ନକୁ ଭାଙ୍ଗିଦେଲା ଜେସିବି
1 min readକେହି ଜଣେ ଯଦି କିଛି ନୂଆ କରୁଛି ତେବେ ତା’କୁ ସହଯୋଗ କରିବା ନିହାତି ଦରକାର । ଏ କଥା ସରକାର ମଧ୍ଯ କହୁଛନ୍ତି । ହେଲେ କଟକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଏଠି ସହଯୋଗ ନୁହେଁ ବରଂ ଜେସିବି ଭାଙ୍ଗିଦେଇଛି କିଛି ନୂଆ କରିବାର ସ୍ବପ୍ନକୁ ।
ତେବେ ଇଏ ହେଉଛନ୍ତି କଟକ ସିଡିଏ ଅଞ୍ଚଳର ମୋନାଲିସା ନାୟକ । ଚାକିରୀ ଛାଡ଼ିବା ପରେ ମୋନାଲିସା ସିଡିଏ ଅଞ୍ଚଳରେ ଏକ ଫାଷ୍ଟଫୁଡ୍ ଦୋକାନ ଆରମ୍ଭ କରିଥିଲେ । କିନ୍ତୁ ଦୋକାନ ଖୋଲିବାର ଦିନକ ପରେ ସ୍ବପ୍ନ ସବୁ ଭାଙ୍ଗିରୁଜି ଚୂର୍ ମାର୍ ହୋଇଯାଇଛି ମୋନାଲିସାଙ୍କ ର । ଜେସିବି ଆସି ଭାଙ୍ଗିଦେଇଛି ପାଖାପାଖି ଆଠ ରୁ ନଅ ଲକ୍ଷ ଟଙ୍କାର ଜିନିଷ ପତ୍ର । ମୋନାଲିସାଙ୍କର ଏତିକି ଭୁଲ୍ ଥିଲା କି ସରକାରୀ ଜାଗାରେ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରିବାକୁ ସ୍ବପ୍ନ ଦେଖିଥିଲେ । ହେଲେ ବିଡ଼ମ୍ବନାର ବିଷୟ ବିନା ସରକାରୀ ନୋଟିସ୍ ରେ କଟକ ମହାନଗର ନିଗମ ଉଚ୍ଛେଦ କରିଦେଇଛି । ଅନ୍ୟପଟେ ଚାକିରି ହରାଇବା ପରେ ସଞ୍ଚିତ ଅର୍ଥରେ ଦୋକାନ କରିଥିଲେ ମୋନାଲିସା । ବିନା ନୋଟିସରେ ଦୋକାନ ଭାଙ୍ଗିଦେଲା ପ୍ରଶାସନ ।ବିନିଯୋଗ ଅର୍ଥ ହେଲା ନଷ୍ଟ ପୋଲିସ ରଖୁନାହିଁ ଏତଲା ।