Pratidin TV

Odisha's Digital News Platform

ଜେସିବି ଭାଙ୍ଗୁଛି ଘର,ଦୋକାନ ; ଠିଆ ହୋଇ ଦେଖୁଛନ୍ତି ଉପ-ଜିଲ୍ଲାପାଳ ।

1 min read

କୋରାପୁଟ ; ଜୟପୁର ପୈାର ପ୍ରଶାସନ ପକ୍ଷରୁ ଏମ୍ ଜି ରୋଡ଼ ର ଉଭୟ ପାର୍ଶ୍ଵର ଉଛେଦ କାର୍ଯ୍ୟ ଆରମ୍ଭ।
ଜୟପୁର ସହରର ମହାତ୍ମା ଗାନ୍ଧୀ ମାର୍ଗ ରାସ୍ତାର ପ୍ରଶସ୍ତିକରଣ,ଚଉଡା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ଜୟପୁର ପୌର ପ୍ରଶାସନ ପକ୍ଷରୁ ଏମ୍ ଜି ରୋଡ଼ ର ଉଭୟ ପାଶ୍ୱର୍ରେ ଥିବା ଦୋକାନୀମାନଙ୍କୁ ପୂର୍ବରୁ ସୂଚନା ଜାରି କରାଯାଇଥିଲା। କିନ୍ତୁ ଏହାକୁ ବ୍ୟବସାୟୀକ ସଂଘ ପକ୍ଷରୁ ବିରୋଧ କରାଯାଉଥିଲା।

ଏହି ରାସ୍ତା କୁ ଚଉଡ଼ା କରିବା ପାଇଁ ଜୟପୁର ପୌରପାଳିକା ଦ୍ଵାରା ବାରମ୍ବାର ପ୍ରୟାସ ଜାରି ରହିଥିଲା। ଏହି ମଧ୍ୟରେ ଜୟପୁର ପୌର କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ଅନେକ ଅଧିକାରୀ ଆସିଛନ୍ତି ଏବଂ ଯାଇଛନ୍ତି। ଚଳିତ ମାସ ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକ୍ୱାଭରାମ ଶସ୍ୟା ରେଡ୍ଡୀ ଜୟପୂର ପୌରପାଳିକାର ଦାୟିତ୍ଵ ନେବା ପରେ ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିବା ପାଇଁ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୟପୁର ପୌର ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ ଜାଗା ଚିହ୍ନଟ କରି ବାରମ୍ୱାର ରଙ୍ଗ ମରାଯାଉଥିଲା । ପରବର୍ତ୍ତୀ ସମୟରେ ଏମ୍ ଜି ରୋଡ୍ ବ୍ୟବସାୟିକ ସଂଘର ଚାପରେ ଆସି ପୌର ପ୍ରଶାସନ ଚୂପ୍ ରହୁଥିଲା। କୌଣସି ପ୍ରକାରରେ ମଧ୍ୟ ଉଚ୍ଛେଦ କରାଯାଇ ପାରୁନଥିଲା।

Advertisement

ଦୀର୍ଘ ଦିନର ସମାଧାନ ପାଇଁ ଜଣେ ଦକ୍ଷ ଆଇଏଏସ ଅଧିକାରୀଙ୍କ ନେତୃତ୍ବରେ ତିନି ଦିନ ପୂର୍ବରୁ ସୂଚନା ଜାରି କରାଯାଇଥିଲା। ସୂଚନା ଅନୁସାରେ ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ଜାଗା ପର୍ଯ୍ୟନ୍ତ ଖାଲି କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା। ଆଜି ତା-୧୪ ନଭେମ୍ବର ୨୦୨୪ ଗୁରୁବାର ଦିନ ୯ ଘଟିକା ସମୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି।ଏହି ଉଚ୍ଛେଦ ପ୍ରକ୍ରିୟା ଦିର୍ଘ ଦିନ ଧରି ଚାଲିବାକୁ ଥିବାବେଳେ କୌଣସି ପ୍ରକାର ର ବିଶୃଙ୍ଖଳା ପରିସ୍ଥିତି ନଉପୁଜିବା ପାଇଁ ଜୟପୁର ପୌର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ସମସ୍ତ ପ୍ରକାର କାର୍ଯ୍ୟ ସତର୍କତାର ସହ ଜାରି ରହିଛି।

Leave a Reply

Your email address will not be published. Required fields are marked *