Pratidin TV

Odisha's Digital News Platform

ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ: ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶହେ ପ୍ରତିଶତ ନମ୍ବର

1 min read

ପ୍ରକାଶ ପାଇଛି ଜେଇଇ ମେନ ସେସନ୍-୨ ରେଜଲ୍ଟ | ପରୀକ୍ଷାର୍ଥୀ jeemain.nta.ac.in ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ, JEE ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ୫୬ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି| ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି ।

ତେବେ ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥର ପରୀକ୍ଷରେ ପ୍ରାୟ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୬ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ପରୀକ୍ଷାରେ ଶତପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ୭ ଜଣ ଆନ୍ଧ୍ରପ୍ରଦେଶ, ୭ ଜଣ ମହାରାଷ୍ଟ୍ରର ଏବଂ ଦିଲ୍ଲୀରୁ ୬ ଜଣ ସଫଳ ହୋଇଛନ୍ତି।

Advertisement

ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।

Leave a Reply

Your email address will not be published. Required fields are marked *