Pratidin TV

Odisha's Digital News Platform

ଆଜି ପ୍ରକାଶ ପାଇଲା JEE (ମେନ୍‌) ସେସନ-୧ ରେଜଲ୍ଟ , ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୮.୬ ଲକ୍ଷ ପରୀକ୍ଷାର୍ଥୀ ..

1 min read

ଭୁବନେଶ୍ୱର : ଛାତ୍ରଛାତ୍ରୀ ମାନଙ୍କର ଅପେକ୍ଷାର ଅନ୍ତ ଘଟିଛି । ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍‌-୧ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଫରୀକ୍ଷା ଫଳ ଦେଖିପାରିବେ । ଅଫିସିଆଲ ୱେବ୍‌ସାଇଟ (jeemain.nta.nic.in) ।

ଚଳିତ ବର୍ଷ ୮.୬ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଦେଇଥିଲେ । ଯାହାକି ପୂର୍ବବର୍ଷର ରେକଡକୁ ପଛରେ ପକାଇଛି । ପେପର-୧ ପାଇଁ ସମୁଦାୟ ୮,୬୦,୦୫୮ ଅଶାବାଦୀରୁ ୮,୨୩,୮୫୦ ଜଣ କମ୍ପ୍ୟୁଟର ଅଧାରରେ ପରୀକ୍ଷା ଦେଇଥିଲେ ।ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ସେହିମାନେ ନିଜର ରେଜଲ୍ଟ ଦେଖିପାରିବେ ।

ତେବେ ସେସନ-୨ ପାଇଁ ଆସନ୍ତା କାଲି ଅର୍ଥାତ୍ ଫ୍ରେବୃଆରୀ ୭ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହେବା ବେଳେ ଏହାର ପରୀକ୍ଷା ଅପ୍ରେଲ ମାସ ୮,୧୦,୧୧,୧୨ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *