ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସ୍ , କୁଣ୍ଡେଇ କୁଣ୍ଡେଇ ନାଲିଆ କରିଦେଉଛି!
1 min readଏବେ ପୁଣି ଥରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଜେଲିଫିସ୍ । ପୁରୀ ଦିଗାବାରେଣୀ ଛକ ବେଳାଭୂମିରେ ଶହ ଶହ ସଂଖ୍ୟର ଜେଲିଫିସ୍ ପଡିଥିବା ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଛି । ଏହି ଜେଲିଫିସ୍ ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଜେଲିଫିସ୍ ର ଲାଳ ଶରୀରରେ ଲାଗିବା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହୋଇ ଲାଲ ପଡିଯାଏ ।
ସେହିପରି ୨୦୨୨ ମସିହା ଜୁନ ମାସରେ ଜେଲି ଫିସ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ ।ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟଟକ କିଭଳି ସୁରକ୍ଷିତ ସ୍ନାନ କରିବେ ଏବଂ ଜେଲି ଫିସ୍ ସଂଶ୍ପର୍ଷରେ ନ ଆସିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି । ତେବେ ଏହି ଜେଲିଫିସ୍ ସମୁଦ୍ରରୁ ଏତେ ମାତ୍ରାରେ କୂଳକୁ ଆସିବାର କାରଣ କଣ ରହିଛି ତାହା ଜଣାପଡି ନାହିଁ ।