Pratidin TV

Odisha's Digital News Platform

ସମସ୍ତେ କହିଲେ ଯବାନ ହେବତ ଏମିତି , ବୃଦ୍ଧଙ୍କୁ କାନ୍ଧରେ ବସାଇ ଜଳବନ୍ଧିରୁ କଲେ ଉଦ୍ଧାର ….

1 min read

ଗତ ଚାରିଦିନ ଧରି ଗୁୁଜୁରାଟର ସ୍ଥିତି ବେହାଲ । ଲଗାଣ ବର୍ଷାରେ ଉବୁଟୁବୁ ପୁରା ଗୁଜୁରାଟ । ଏଭଳି ସ୍ଥିତିରେ ୨୨ ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଏବଂ ୪ ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଗୁଜୁରାଟରେ ପ୍ରବଳ ବର୍ଷା ହେବାର ଚେତାବନୀ ହେତୁ ଆସନ୍ତା ଅଗଷ୍ଟ ୨୭ ରେ ଶିକ୍ଷା ବିଭାଗ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି ।

ଗୁଜୁରାଟର ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଜନଜୀବନ ବ୍ୟହତ ହୋଇଛି । ସର୍ଦ୍ଦାର ସରୋବର ଡ୍ୟାମର ଜଳ ସ୍ତର ୧୩୫.୨୬ ମିଟରକୁ ବୃଦ୍ଧି ପାଇଛି, ଏହି କାରଣରୁ ବନ୍ଧର ୧୫ ଟି ଗେଟ୍ ଖୋଲା ଯାଇଥିଲା ଏବଂ ୩,୬୭, ୮୫୩ କ୍ୟୁସେକ୍ ଜଳ ନର୍ମଦା ନଦୀରେ ଛାଡି ଦିଆଯାଇଛି । ଯାହାଫଳରେ ପାଖାପାଖି ୪୨ଟି ଗ୍ରାମ ହି ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଅନ୍ୟପଟେ NDRF, SDRF ଦଳ ମଧ୍ୟ ନିଜ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ଗ୍ରାମ ଗ୍ରାମ ବୁଲି ଫସିଥିବା ଲୋକଙ୍କୁ ଜଳବନ୍ଧିରୁ ଉଦ୍ଧାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ।

ଅନେକ ଛୋଟ ଛୋଟ ଛୁଆଙ୍କୁ ଯବାନ ମାନେ ନିଜ ପିଠିରେ କାନ୍ଧରେ ବସାଇ ଉଦ୍ଧାର କରୁଥିବା ବେଳେ ବୃଦ୍ଧ-ବୃଦ୍ଧା ମାନଙ୍କୁ ମଧ୍ୟ କାନ୍ଧରେ ବସାଯାଇ ବନ୍ୟା ଜଳରୁ ଉଦ୍ଧାର କରାଯାଉଛି । ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *