Pratidin TV

Odisha's Digital News Platform

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଗିରଫ କଲା ଇଡି….

1 min read

ଝାଡଖଣ୍ଡରେ ଚାଲିଥିବା ରାଜନୈତିକ ଖେଳ ସମାପ୍ତ ହୋଇଛି। ଗୋଟିଏ ପଟେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ପଟେ ଚମ୍ପାଇ ସୋରେନଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।୭ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରୁ ହେମନ୍ତଙ୍କୁ ଗିରଫ କରିଥିଲା।ଝାଡ଼ଖଣ୍ଡର ଭେଟେରାନ ନେତା ମୁଖୀ ମୋର୍ଚା ଏବଂ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ବର୍ତ୍ତମାନ ହେମନ୍ତ ସୋରେନଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ଇଡି କାର୍ଯ୍ୟାଳୟକୁ ନିଆଯିବା ପରେ ହେମନ୍ତ ସୋରେନଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିଲା।

ପୂର୍ବ ସୂଚନା ମୁତାବକ, ପୂର୍ବରୁ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା । ତା’ ପୂର୍ବରୁ ୯ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ ।ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ । ଏବଂ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ।ପରେ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ପହଞ୍ଚିଥିଲା । ରାଞ୍ଚିସ୍ଥିତ ଘରେ ଇଡି ଟିମ୍ ପହଞ୍ଚି ମନି ଲଣ୍ଡରିଂ ଓ ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରିଥିଲା ।

Advertisement

ସୋରେନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଇଡିର ପଚରାଉଚରା ଭିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ ହୋଇଥିଲା । ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ପାଖରେ ଏକାଠି ହୋଇଥିଲେ । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ଶେଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *