Pratidin TV

Odisha's Digital News Platform

ପୁନମଙ୍କ ମିଛ ନାଟକ ଦେଖି ତୀବ୍ର ନିନ୍ଦା କଲେ କର୍କଟ ପୀଡିତ ଅଭିନେତ୍ରୀ ଡଲି ..

1 min read

ଗର୍ଭାଶୟ କର୍କଟ ରୋଗ ସହ ଲଢୁଛନ୍ତି ଅଭିନେତ୍ରୀ ଡୋଲି । ଟେଲିଭିଜନ ଶୋ ଝନକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏବେ ସେ ସେହି ଶୋ ଛାଡି ଦେଇଛନ୍ତି । ଦୀର୍ଘଦିନ ବ୍ୟବଧାନ ପରେ ‘ପରିଣିତୀ’ ମାଧ୍ୟମରେ ଛୋଟ ପରାଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଅଭନେତ୍ରୀ । ହେଲେ ସେ ବର୍ତ୍ତମାନ ଅଭିନୟରୁ ଦୁରେଇ ଯାଇଛନ୍ତି । କାରଣ ସେ ଗର୍ଭାଶୟ ଜନିତ କ୍ୟାନ୍ସର ପୀଡିତ ଅଛନ୍ତି । ଯେଉଁଥିପାଇଁ ସେ ଏବେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ତାଙ୍କର କେମୋଥେରାପି ସେଶନ୍ ଚାଲିଛି ।

ଏକ ସାକ୍ଷାତ କାରରେ ସେ କହିଛନ୍ତି ରେଡିଏସନ୍ ଯୋଗୁଁ ସେ ଦୁର୍ବଳ ଅନୁଭବ କରୁଛନ୍ତି । ଏହି କାରଣରୁ ତାଙ୍କ କାମ କରିବାରେ ଅସୁବିଧା ହେଉଛି । ସେ ସୁସ୍ଥ ହେଲା ପରେ ପୁଣି ଥରେ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି । ଏହା ସହିତ ପୁନମ ପାଣ୍ଡେଙ୍କ ମିଛ ମୃତ୍ୟୁର ନାଟକକୁ ତୀବ୍ର ନିନ୍ଦା କରିଛନ୍ତି । ପୁନମଙ୍କ ଉପରେ କ୍ରୋଧ ପ୍ରକାଶ କରି ସେ କହିଛନ୍ତିି । ବର୍ତ୍ତମାନ ମୁଁ ବହୁତ ଇମୋସନାଲ ଅଛି । ପୁନମଙ୍କର ଏପରି କାର୍ଯ୍ୟ ମୋତେ କେତେବେଳେ ବି କନ୍ଦାଇଦେବ । ନିଜର ଶସ୍ତା ଲୋକପ୍ରିୟତା ପାଇଁ ଏହି ଉପାୟ ଜମାବି ଭଲ ନୁହେଁ । ଯେଉଁମାନେ ଏହା ସହ ଲଢୁଛନ୍ତି ଏହାକୁ ଅନୁଭବ କରୁଛନ୍ତି ସେମାନଙ୍କ ପାଇଁ ଏହାକୁ ହଜମ କରିବା ବହୁତ କଷ୍ଟକର ଅଟେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ମୁଁ ବହୁତ ଡରିଯାଇଥିଲି । ଧୀରେ ଧୀରେ ମୋର ମନୋବଳ ବି ଭାଙ୍ଗି ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *