Pratidin TV

Odisha's Digital News Platform

ପୁଣି ମନୋରଞ୍ଜନ ଜଗତରୁ ଦୁଃଖଦ ଖବର : ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ..

ମୁମ୍ବାଇ : ତୁନିଶାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ । ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବା ବେଳେ ଫିଲ୍ମ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପଶ୍ଚିମବଙ୍ଗର ହାଇୱେରେ ଏହି ଘଟଣା ଘଟିଛି ।

ରିୟା ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଗାଡ଼ିରେ ଆସୁଥିଲେ । ଠିକ୍ ସେତିକି ବେଳେ କିଛି ଗୁଣ୍ଡା ସେମାନଙ୍କୁ ଅଟକାଇ ସ୍ୱାମୀଙ୍କଠାରୁ ଲୁଟ୍ କରିବାକୁ ଚେଷ୍ଟା କରିଥିଲେ । ଏହାଦେଖି ରିୟା ମଝିକୁ ଚାଲି ଆସିଥିଲେ । ଅପରାଧିମାନେ ରାଗରେ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଏହା ପରେ ସ୍ୱାମୀ ପ୍ରକାଶ କୁମାର ଅଭିନେତ୍ରୀଙ୍କୁ କାରକୁ ନେଇ କିଛି ଲୋକଙ୍କୁ ଦେଖି ଘଟଣା ବିଷୟରେ କହିଥିଲେ । ସ୍ଥାନୀୟ ଲୋକମାନେ ଅଭିନେତ୍ରୀଙ୍କୁ ଉଲୁବେରିଆ ଏସସିସି ମେଡିକାଲ କଲେଜକୁ ନେଇ ଯାଇଥିଲେ । ଯେଉଁଠାରେ ଡାକ୍ତର ରିୟା କୁମାରୀଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ରିୟା ପରିବାର ସହ ହାୱଡା ଦେଇ କଲିକତା ଯାଉଥିଲେ । ଗାଡ଼ିରେ ତାଙ୍କର ସ୍ୱାମୀ ପ୍ରକାଶ କୁମାର ଏବଂ ଅଢ଼େଇ ବର୍ଷର ଝିଅ ଥିଲେ । ରାଜାପୁର ଥାନା ପିରତଲ୍ଲାରେ ପହଂଚି ସମସ୍ତ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *