ସରୁନି ସଂଘର୍ଷ , ସାଇକେଲରେ ୨୫୦ କିଲୋ କୋଇଲା ବୋହି ବିକିବାକୁ ଯାଉଛନ୍ତି ୫୦ କିମି ରାସ୍ତା ।
1 min read୨୦ ବର୍ଷରୁ ସରୁନି ସଂଘର୍ଷ , ନୂଆ ସରକାର ଆଶା ଦେଇ ଯାଉଛନ୍ତି ଆଉ ଆମେ ଅପେକ୍ଷାରେ ରହିଯାଉ ବୋଲି କହିଛନ୍ତି ଜଣେ ଗରିବ କୋଇଲା ବେପାରି ମଥୁରା ରବିଦାସ । ବୟସ ପାଖାପାଖି ୬୦ -୭୦ ହେବ । ଆଉ ଅଳ୍ପଦିନରେ ନଇଁ ଯିବ ବୋଧେ ଅଣ୍ଟା କିନ୍ତୁ ସରୁନି ମଥୁରାଙ୍କ ସଂଘର୍ଷର କାହାଣୀ ।
ସାଇକେଲରେ ପ୍ରତ୍ୟକ ଦିନ ୨୪୦ କିଲୋଗ୍ରାମ ଓଜନର କୋଇଲା ଲଦି ୫୦ କୋଲୋମିଟର ଯାତ୍ରା କରି ବିକିବାକୁ ଯାଆନ୍ତି । ବାଟରେ ଯାଉ ଯାଉ କୋଇଲାର ଭାରା ସହିନପାରି ଅନେକଥର ଆଣ୍ଠେଇ ପଡିଛନ୍ତି । ଅନେକ ଥର ଗୋଡରୁ ରକ୍ତ ବୋହି ଶୁଖିବି ଯାଇଛି କିନ୍ତୁ ମଥୁରା ନିଜ ପରିବାର ପାଇଁ ହାର ମାନିନାହନ୍ତି ।
ଝାଡଖଣ୍ଡ ବିଧାନସଭା ଇଲେକ୍ସନକୁ ଗୋଟେ ପଟେ ରାଜନୀତି ଜୋର ଧରିଥିବା ବେଳେ ଅନ୍ୟପଟେ ମଥୁରା ଭଳି ଗରିବ କୋଇଲା ବେପାରୀ ଦୀର୍ଘ ୨୦ ବର୍ଷରୁ ଟିକିଏ ପରିବର୍ତ୍ତନ ଆଶାରେ ଚାହିଁବସିଛି । ସେ ଏଥର ବି ଭୋଟ ଦେଇ ଆଶା ବାନ୍ଧିଛି କିପରି ନୂଆ ସରକାର ତାଙ୍କ ଭଳି କୋଇଲା ବେପାରୀ ପାଇଁ କିଛି ପଦକ୍ଷେପ ନେବେ । ଏନେଇ ମଥୁରା ଗଣମାଧ୍ୟମ ଆଗରେ କହିଛନ୍ତି ଯେ କିଛିଦିନ ପୂର୍ବରୁ ଜଣେ ବାବୁ ଏଠାକୁ ଆସିଥିଲେ । ସେ ମୋ ୨୪୦ କିଲୋ ଓଜନର କୋଇଲା ବନ୍ଧା ହୋଇଥିବା ସାଇକେଲ ଗଡାଇଥିଲେ । ମୋତେ ଭାରି ଖୁସି ଲାଗିଲା । ସମସ୍ତେ ତାଙ୍କୁ ରାହୁଲ ଗାନ୍ଧୀ କହୁଥିଲେ ଆଉ ଖୁବ ସମ୍ମାନ ଦେଉଥିଲେ । କିନ୍ତୁ ମୁଁ ତାଙ୍କୁ ଚିହ୍ନି ନାହିଁ । ତଥାପି ମୋତେ ଖୁସି ଲାଗିଲା ଯେ କିଏତ ଅଛି ଯିଏ ଆମ କଥା ଭାବିଲା । କିନ୍ତୁ କିଛି ଦିନ ପରେ ପୁଣି ସମାନ ସବୁ ।
ମୋର ୬ ଜଣ ଛୁଆ , ଟଙ୍କା ଅଭାବରୁ ଗାଁ ସ୍କୁଲରେ ପଢୁଛି । ମୁଁ ୬୦୦ ଟଙ୍କା ଦେଇ ୨୪୦ କିଲୋ କୋଇଲା କିଣେ ଆଉ ତାକୁ ୯୦୦ ଟଙ୍କାରେ ବିକ୍ରିକରେ ସେଥିରେ ପୁଣି ୫୦ କିଲୋମିଟର ସାଇକେଲ ଗଡାଇ ଗାଁଠୁ ସହରକୁ ବିକିବାକୁ ନିଏ ।
ସେଥିରେ ଆମ ବଡ ପରିବାର ପୋଷିବା ବୋହୁ କଷ୍ଟ । ତଥାପି ମୁଁ ହାର ମାନିନି ।
ଝାରଖଣ୍ଡ ଗିରିଡିହ ଜିଲ୍ଲାର ହଜାର ହଜାର ଗ୍ରାମବାସୀଙ୍କ ପାଇଁ ଜୀବିକା ପାଇଁ ସଂଗ୍ରାମ ପ୍ରତିଦିନ କିଛି ଏଭଳି । ପ୍ରତିଦିନ ଏହି ଗ୍ରାମବାସୀ ସେଣ୍ଟ୍ରାଲ କୋଇଲ।ଫିଲ୍ଡ ଲିମିଟେଡର ପରିତ୍ୟକ୍ତ ଖଣିକୁ ଯାଆନ୍ତି, ଯେଉଁଠାରେ ସେମାନେ କୋଇଲା ଉତ୍ତୋଳନ ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତି । ଏହି ଲୋକମାନେ ସାଇକେଲରେ ଏହି କୋଇଲା ଲୋଡ୍ କରି ୭-୮ ଘଣ୍ଟାର କଷ୍ଟଦାୟକ ଯାତ୍ରା ଆରମ୍ଭ କରିଥିଲେ । ଏହାର ପ୍ରତିବଦଳରେ, ସେମାନେ ପ୍ରତ୍ୟେକ ଥର ମାତ୍ର ୬୦୦-୭୦୦ ଟଙ୍କା ପାଆନ୍ତି, ଯାହା ସେମାନଙ୍କ ଜୀବିକା ପାଇଁ ଯଥେଷ୍ଟ କିନ୍ତୁ ସେମାନଙ୍କ ପରିସ୍ଥିତି ବଦଳାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ । ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ସମୟରେ ସେମାନଙ୍କ ସମସ୍ୟାକୁ ଆଲୋକିତ କରିବାକୁ ଚେଷ୍ଟା କରିଥିଲେ, ଯେତେବେଳେ ସେ କୋଇଲା ଭାରୀ ସାଇକେଲକୁ ଠେଲି ଦେଇଥିଲେ। ତେବେ, ସେମାନଙ୍କ ପଦକ୍ଷେପ ଏବଂ ଝାଡଖଣ୍ଡ ସରକାରରେ କଂଗ୍ରେସର ଭୂମିକା ସତ୍ତ୍ୱେ ଏହି ‘ଚକ୍ର କୋଇଲା ଶ୍ରମିକ’ଙ୍କ ଜୀବନ ମଧ୍ୟ ସମାନ କଷ୍ଟସାଧ୍ୟ ଏବଂ ଅନିଶ୍ଚିତତା ମଧ୍ୟରେ ରହିଛି। ଏହା ସହିତ ଏକ ସମାନ୍ତରାଳ ଅର୍ଥନୀତି ମଧ୍ୟ ଚାଲିଛି, ଯେଉଁଥିରେ ବାଇକ୍ ଚାଳକମାନେ ସାଇକେଲକୁ ପାହାଡ ଉପରକୁ ଠେଲିବାରେ ୧୦୦ ଟଙ୍କା ନେଇଥାନ୍ତି ।
ଖାଲି ମଥୁରା ନୁହଁ ମଥୁରାଙ୍କ ଭଳି ହଜାର ହଜାର ଅବହେଳିତ କୋଇଲା ବେପାରୀଙ୍କ ବାସ୍ତବ କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ନିର୍ବାଚନ ପ୍ରଚାରରେ ଅନେକ ଆସି ପ୍ରତିଶୃତି ଦେଇ ଯାଆନ୍ତି କିନ୍ତୁ କେହିବି ଆଜିଯାଏଁ ଏମାନଙ୍କ ପାଇଁ ଗୋଟେ ପଦକ୍ଷେପ ଉଠାଇ ନାହାନ୍ତି ।