ଇଡି ନଜରରୁ ଲୁଚୁଛନ୍ତି କି ହେମନ୍ତ!
1 min readମନି ଲଣ୍ଡରିଂ ସହ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ତର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋମବାର ଦିନ ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ ।କିନ୍ତୁ ସେଠାରୁ ଇଡି ନିରାଶ ହୋଇଫେରିଥିଲେ ।
ଇଡି ଯେଉଁ ସମୟରେ ତାଙ୍କ ବାସଭାବନରେ ପହଞ୍ଚିଥିଲେ ସେତେବେଳେ ସେଠାର ହେମନ୍ତଙ୍କୁ ପାଇନଥିଲେ | ଇଡି ତାଙ୍କ ବାସଭବନ ଛାଡିବା ପୂର୍ବରୁ ହେମନ୍ତଙ୍କର ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଥିବା ଏକ ବ୍ୟାଗ ଜବତ କରି ନେଇଥିଲେ । ହେମନ୍ତ ଘରେ ନଥିବା କାରଣରୁ ଇଡି ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ବାହାରେ ଜଗି ରହିଥିଲା । କେବଳ ସେ ଗୋଟେ ଜାଗା ନୁହେଁ ଅନ୍ୟ ଜାଗାରୁ ମଧ୍ୟ ଖୋଜିବା ସହ ଚଢ଼ାଉ କରିଥିଲେ ହେଲେ ସେଠାରେ ମଧ୍ୟ ହେମନ୍ତ ମିଲ ନଥିଲେ ।
ବର୍ତ୍ତମାନ ହେମନ୍ତକୁ ଧରିବା ପାଇଁ ଇଡି ଗଣ୍ଠି ବାନ୍ଧି ସାରିଛି । ଏବେ ଇଡି କର୍ମଚାରୀମାନେ ହେମନ୍ତକୁ ଧରିବା ପାଇଁ ବିମାନ ବନ୍ଦରରେ ଅପେକ୍ଷାରତ ଭାବେ ଜଗି ରହିଛି | ଜାତୀୟ ଗଣମାଧ୍ୟମ ଅନୁଯାୟୀ ସୋମବାର ଦିନ ହେମନ୍ତକୁ ଇଡି ଗିରଫ କରିଥାନ୍ତା । ଗିରଫ କରିବା ପୂର୍ବରୁ ହେମନ୍ତକୁ ରାଞ୍ଚିରେ ୮ ଘଣ୍ଟାରୁ ଅଧିକ ସମୟ ଯାଏ ଜେରା କରିଥିଲା । ଏବଂ ୯ ଥର ହେଲା ନୋଟିସ ମଧ୍ୟ କରିଥିଲେ । କିନ୍ତୁ ହେମନ୍ତ ଗୋଟିଏ ପରେ ଗୋଟିଏ ନୋଟିସ୍ କୁ ଏଡ଼େ ଚାଲୁଥିଲେ ।
ଅଭିଯୋଗ ଅନୁଯାୟୀ, ରାଞ୍ଚିରେ ଭାରତୀୟ ସେନାର ୪.୫୫ ଏକର ଜମିକୁ ବିକ୍ରି ନେଇ ଦୁର୍ନୀତି ହୋଇଥିଲା ।ଏହି ମାମଲାରେ ରାଞ୍ଚିର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ଘୋଷଙ୍କ ସହ ୧୬ ଜଣ ଗିରଫ ହୋଇଥିଲେ |ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ଇଡି ଝାଡ଼ଖଣ୍ଡ ମୁଖ୍ୟମାତୃ ପାଖକୁ ଯାଇଥିଲେ । କିନ୍ତୁ ଅତି ଆଶ୍ଚର୍ଯ୍ୟଜନକ କଥା ହେମନ୍ତ ସୋରେନ ତାଙ୍କ ବାସଭବନରେ ନଥିଲେ | ସେ ରାତି ଅଧାରୁ କୁଆଡେ ଚାଲି ଯାଇଥିଲେ । ଏହି ରିପୋର୍ଟ ଗଣାମାଧ୍ୟମରୁ ଜଣାପଡିଥିଲା ।
ଜମି ଦୁର୍ନତି ମାମଲା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି କିଛି ଦିନ ପିର୍ବରୁ ଦଶମ ସମନ ଜାରି କରିଥିଲା । ତାଙ୍କୁ ୨୯ ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ହେମନ୍ତ ସୋରେନ ହାଜର ନ ହେବ କାରଣରୁ ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନରେ ପହଞ୍ଚିବ ବୋଲି କହିଥିଲେ। ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ ।