Pratidin TV

Odisha's Digital News Platform

“ଡ୍ରିମ୍ ଗାର୍ଲ”ସାଜି ଅର୍ଲାଇନରେ ଯୁବକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା…

1 min read


ଝାଡଖଣ୍ଡର: କୋଡରମା ଠକମାନେ ଠକେଇର ଏକ ନୂଆ ପଦ୍ଧତି ଆପଣେଇଛନ୍ତି । ଠକମାନେ ସ୍କର୍ଟ ସର୍ଭିସ ନାମରେ ଲୋକଙ୍କୁ ଫାସରେ ପକାଉଛନ୍ତି,ଏବଂ ପରେ ସୁନ୍ଦର ଝିଅମାନଙ୍କର ସର୍ଭିସ ନାମରେ ଠକାମି କରୁଛନ୍ତି । କୋଡରମା ପୋଲିସ ଏଭଳି ଘଟଣାର ଖୁଲାସା କରି କରି ତିନି ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ୧୦ ରୁ ଅଧିକ ଲୋକ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ତେବେ ଝାଡଖଣ୍ଡର କୋଡର୍ମାଠାରେ ଏହି ଠକମାନେ ୱେବସାଇଟ୍ ସୃଷ୍ଟି କର ଏସକର୍ଟ ସେବା ପ୍ରଦାନ କରିବାର ଛଳନା କରନ୍ତି । ଏଥି ସହିତ, ଯେତେବେଳେ ଜଣେ ବ୍ୟକ୍ତି ସେମାନଙ୍କ ଜାଲରେ ପଡ଼େ, ସେମାନେ ସୁନ୍ଦର ଝିଅ ଯୋଗାଇଦେବା ନାଁରେ ବିପୁଳ ପରିମାଣର ଟଙ୍କା ଲୁଟି ନେଇଥାନ୍ତି । କେବଳ ଏତିକି ନୁହେଁ, ଆକାଉଣ୍ଟକୁ ଟଙ୍କା ଆସିବା ମାତ୍ରେ ହିଁ ଏହି ଠକମାନେ ସେମାନଙ୍କ ମୋବାଇଲ୍ ନମ୍ବରକୁ ବନ୍ଦ କରିଦିଅନ୍ତି।


ଗତ ଏକ ବର୍ଷରୁ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଇ ପାଖାପାଖି ୨୫ ଲକ୍ଷରୁ ଅଧିକ ଟଙ୍କା ଠକିଛନ୍ତି । କୋଡରମା ପୋଲିସର କହିବାନୁସାରେ, ଏହି ଠକମାନେ ସ୍କାର୍ଟ ସେବା ପାଇଁ ଏକ ୱେବସାଇଟ୍ ତିଆରି କରିଛନ୍ତି । ପ୍ରାୟତଃ ଲୋକମାନେ ସେମାନଙ୍କର ମନୋରଞ୍ଜନ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବା ସମୟରେ ସେମାନଙ୍କ ୱେବସାଇଟ୍ ମଧ୍ୟ ଖୋଲିଥାନ୍ତି ।

Advertisement


ଅନ୍ୟପଟେ ପୋଲିସ ପଚରାଉଚରା ବେଳେ ଜଣେ ଅଭିଯୁକ୍ତ କହିଛନ୍ତି ଯେ ୱେବସାଇଟରେ ସୁନ୍ଦର ଝିଅମାନଙ୍କର ଫଟୋ ପୋଷ୍ଟ କରାଯାଇଛି । ସେମାନଙ୍କ ସହ କଥାବାର୍ତ୍ତା ଠାରୁ ଆରମ୍ଭ କରି ସେମାନଙ୍କ ସହିତ ରାତି ବିତାଇବା ପର୍ଯ୍ୟନ୍ତ ମୂଲ୍ୟ ମଧ୍ୟ ଲେଖାଯାଇଛି । ଏହା ସହିତ ୱେବସାଇଟରେ କିଛି ମୋବାଇଲ୍ ନମ୍ବର ମଧ୍ୟ ରହିଛିି । ଲୋକମାନେ ପ୍ରାୟତଃ ଏହି ନମ୍ବରକୁ କଲ କରି ସେମାନଙ୍କ ଜାଲରେ ଫସି ଯାଇଥାନ୍ତି । ପ୍ରକୃତରେ, ଠକମାନେ ଝିଅମାନଙ୍କ ସ୍ୱରରେ କଥାବାର୍ତ୍ତା କରନ୍ତି ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କ ଠାରୁ ସେମାନଙ୍କ ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରନ୍ତି । କିନ୍ତୁ ସମାଜରେ ଲୋକଲଜ୍ଜ୍ୟାକୁ ଭୟ କରି ସେମାନେ ଏକାଥା କେଉଁଠି ପ୍ରକାଶ କରନ୍ତି ନାହିଁ । ଯାହାଫଳରେ ଏହା ଠକମାନଙ୍କର ମନୋବଳ ବଢାଇଥାଏ ।

Leave a Reply

Your email address will not be published. Required fields are marked *