Pratidin TV

Odisha's Digital News Platform

ଅଭିନେତ୍ରୀ ରିୟା କୁମାରୀଙ୍କୁ ଷଡଯନ୍ତ୍ର କରି ହତ୍ୟା , ଗିରଫ୍ ହେଲେ ସ୍ୱାମୀ

1 min read

ମୁମ୍ବାଇ : ଝାଡଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ ସ୍ୱାମୀ । କୋଲକାତାର ହାୱଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ସ୍ୱାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Advertisement

ପ୍ରକାଶ ସିଂ ହିଁ ତାଙ୍କ ପତ୍ନୀ ରିୟା କୁମାରୀଙ୍କୁ ହାସ୍ୱାଡାର ଅଂଚଳରେ ଲୁଟିବା ପାଇଁ ଷଡଯନ୍ତ୍ର କରିଥିଲେ । ସ୍ୱାମୀ ପ୍ରକାଶ ରିୟାଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ଏବଂ ପୋଲିସକୁ ଏକ ମିଥ୍ୟା କାହାଣୀ କହିଛନ୍ତି । ଏଥି ସହ ହୱାଡାର ଏସପି ସ୍ୱାତି ଭଙ୍ଗାଲିଆ କହିଛନ୍ତି ଯେ ରିୟା କୁମାରୀଙ୍କ ହତ୍ୟା ମାମଲାରେ ସ୍ୱାମୀ ପ୍ରକାଶ ସିଂଙ୍କୁ ପୋଲିସ ଗିରଫ କରିଛି । ବର୍ତମାନ ତାଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ , କାରରେ ସ୍ୱାମୀ ପ୍ରକାଶ କୁମାର ଓ କୁନି ଝିଅଙ୍କ ସହ ରିୟା ଝାଡ଼ଖଣ୍ଡରୁ କୋଲକାତା ଯାଉଥିଲେ । ବୁଧବାର ସକାଳ ପ୍ରାୟ ୬ଟାବେଳେ ଗାଡ଼ି ଚଲାଇ ଥକିପଡ଼ିଥିବା ପ୍ରକାଶ ରାସ୍ତା କଡ଼ରେ କାର ଛିଡ଼ାକରି ବାହାରକୁ ଯାଇଥିଲେ । ସେତିକିବେଳେ ତିନିଜଣ ଦୁର୍ବୃତ ତାଙ୍କ ନିକଟକୁ ଆସି ମୋବାଇଲ, ପର୍ସ ଆଦି ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଗାଡ଼ିରେ ବସିଥିବା ରିୟା ଏହାଦେଖି ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ସେଠାରେ ପହଂଚିଥିବାବେଳେ ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳିଫୁଟାଇ ସେଠାରୁ ଫେରାର ହୋଇଯାଇଥିଲେ । ପ୍ରକାଶ ଗାଡ଼ିରେ ରିୟାଙ୍କୁ ନେଇ ହସ୍ପିଟାଲରେ ପହଂଚିଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *