Pratidin TV

Odisha's Digital News Platform

ଏବେ ମୂଷା ମଧ୍ୟ ହେଲେ ନିଶାଡି….୧୯ କିଲୋ ଖାଇଗଲେ ଗଞ୍ଜେଇ

1 min read

ଝାଡ଼ଖଣ୍ଡରେ ଧାନବାଦରେ ଏକ ଅଜବ ମାମଲା ସାମ୍ନାକୁକ ଆସିଛି | ଏଥର କେବଳ ନିଶା ସେବକ ନୁହନ୍ତି ବରଂ ମୂଷାମାନେ ମଧ୍ୟ ଗଞ୍ଜେଇ ଖାଇବା ଆରମ୍ଭ କରିଦେଇଛନ୍ତି | ବାସ୍ତବରେ ଏହି ଘଟଣାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀ କୋର୍ଟରେ କହିଥିଲେ ଯେ, ପୋଲିସ ଷ୍ଟେସନରେ ରଖାଯାଇଥିବା ୧0 କିଲୋଗ୍ରାମ ଭାଙ୍ଗ ଏବଂ ୯ କିଲୋଗ୍ରାମ ଗଞ୍ଜେଇ ମୂଷା ଖାଇଦେଇଛନ୍ତି |

ତେବେ ପୂର୍ବ ମାମଲା ଆଧାରରେ, ଡିସେମ୍ବର ୧4 ତାରିଖ ୨0୧୮ ରେ ଯେତେବେଳେ ପୋଲିସ ୧୯ କିଲୋଗ୍ରାମ ଗଞ୍ଜେଇ ଜବତ କରି ଶମ୍ଭୁ ଅଗ୍ରୱାଲ ଏବଂ ତାଙ୍କ ପୁଅକୁ ଗିରଫ କରିଥିଲା | ଶୁଣାଣି ସମୟରେ ଜବତ ଭାଙ୍ଗ ଏବଂ ଗଞ୍ଜେଇକୁ କୋର୍ଟରେ ହଜାର କରିବାକୁ ଅଧିକାରୀ ଜୟପ୍ରକାଶ ପ୍ରସାଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ସେ ଯେତେବେଳେ କୋର୍ଟରେ ହଜାର ହେବା ପରେ ମଧ୍ୟ ଜବତ ହୋଇଥିବା ଗଞ୍ଜେଇ ଏବଂ ଭାଙ୍ଗ ଆଣିନଥିଲେ | ପରେ କୋର୍ଟରେ ପୋଲିସ ଷ୍ଟେସନର ଆବେଦନକୁ ଦର୍ଶାଇ ସରକାରୀ ଓକିଲ ଆୱାଡେଶ କହିଥିଲେ ଯେ, ଜବତ ହୋଇଥିବା ୧0 କିଲୋଗ୍ରାମ ଭାଙ୍ଗ ଏବଂ ୯ କିଲୋଗ୍ରାମ ଗଞ୍ଜେଇ ମୂଷା ନଷ୍ଟ କରିଥିବା ନେଇ ସୂଚନା ଦେଇଥିଲେ |

Advertisement

Leave a Reply

Your email address will not be published. Required fields are marked *