Pratidin TV

Odisha's Digital News Platform

ଝାରପଡା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣା , ୱାର୍ଡର ନିଲମ୍ବିତ ..

1 min read

ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶା ଦ୍ରବ୍ୟ ଚାଲାଣ ଘଟଣା ରେ ୨ ଜଣ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲ ର ୱାର୍ଡର ପ୍ରଭାତ କୁମାର ମହାରଣା ସସପେଣ୍ଡ ହୋଇଛନ୍ତି । ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ , ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ।

ଏହାସହ ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ ଏହାସହ ନାଇଟ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠି, ଚିପ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି , ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନିଶାଦ୍ରବ୍ୟ କାରବାର ଏବଂ ନାଇଟ ଡ୍ୟୁଟିରେ ଥିଲା ବେଳେ,ନିଶାଦ୍ରବ୍ୟ କେମିତି ଜେଲ ଭିତରକୁ ଆସିଲା, ଆଉ ବାରମ୍ବାର ଜେଲ ସର୍ଚ୍ଚ ପରେ ବି ପୁଲିସ କେମିତି ନିଶାଦ୍ରବ୍ୟ ଜବତ କଲା ସେନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ।

Advertisement

ଆଡମିନିଷ୍ଟ୍ରେଟିଭ ଗ୍ରାଉଣ୍ଡ ଏବଂ ଡ୍ୟୁଟିରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ହୋଇଛି ଓ ସିସିଟିଭି ଫୁଟେଜରୁ ଦୋଷ ତ୍ରୁଟି ସ୍ପଷ୍ଟ ହୋଇଛି । ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ପରେ ପୋଲିସ ଚଢ଼ାଉ କରି ନିଶାଦ୍ରବ୍ୟ ପାଇଥିଲା । ଜେଲ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ ।

Leave a Reply

Your email address will not be published. Required fields are marked *