Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣା ପରେ ଜଳିଗଲେ ୩ ଡ୍ରାଇଭର ; ମୃତ୍ୟୁର କରାଳ ରୂପ ବଖାଣିଲା ଅଳ୍ପକେ ବର୍ତ୍ତିଯାଇଥିବା ହେଲପର ..

ଝାରସୁଗୁଡା : ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେଲର ଓ କୋଇଲା ବୋଝେଇ ଟ୍ରକ୍ ଭିତରେ ଧକ୍କା। ଦୁର୍ଘଟଣା ପରେ ଗାଡ଼ିରେ ଲାଗିଗଲା ନିଆଁ । ଫଳରେ ଘଟଣା ସ୍ଥଳରେ ହିଁ ଜୀବନ ହରାଇଲେ ୩ ଡ୍ରାଇଭର । ଅନ୍ୟ ୩ ହେଲପର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳୁଛି ।

ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ୪୯ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ଆଗରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ୨ଟି ଟ୍ରେଲର ଓ କୋଇଲା ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ୩ଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଫଳରେ ଗାଡ଼ି ଭିତରେ ଥିବା ଡ୍ରାଇଭର ଓ ଅନ୍ୟମାନେ ବାହାରି ପାରି ନଥିଲେ । ଗାଡିଗୁଡିକ ନିଜ ଭିତରେ ଏଭଳି ପିଟା ପିଟି ହୋଇଥିଲେ ଯେ ଗାଡିର ସମ୍ମୁଖ ଭାଗର ଅବସ୍ଥା ଦେଖିବ। ଭଳି ନଥିଲା ।

ଡ୍ରାଇଭର ମାନଙ୍କ ଗୋଡ ଷ୍ଟିଅରିଂରେ ଫଶିଯିବାରୁ ସେମାନେ ବାହାରିପାରିନଥିଲେ । ହେଲପରମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ବାହର କରିପାରିନଥିଲେ । ତେବେ ଗାଡିରେ ନିଆଁ ବ୍ୟାପିଯିବାରୁ ଡ୍ରାଇଭର ମାନେ ହେଲପରଙ୍କୁ ଡେଇଁ ପଡିବାକୁ କହିଥିଲେ । ବାଧ୍ୟ ହୋଇ ହେଲପରମାନେ ମଧ୍ୟ ଜଳନ୍ତା ଗାଡିରୁ ଡେଇଁପଡିଥିଲା । ଏହାପରେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ୩ ଜଣ ଡ୍ରାଇଭର ଜୀବନ୍ତ ଜଳି ଯାଇଥିଲା ।ଅନ୍ୟ ୩ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ମିଳି ପାରିନାହିଁ । ରାଜ୍ୟରେ ବର୍ତ୍ତମାନ ଦୁର୍ଘଟଣାଜନିତ ଶୂନ୍ୟ ମୃତାମତ ସପ୍ତାହ ପାଳନ କରାଯାଉଛି । ଏମିତି ସ୍ଥିତିରେ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି ଓ ଜୀବନ ଯାଉଛି ।

Leave a Reply

Your email address will not be published. Required fields are marked *