Pratidin TV

Odisha's Digital News Platform

ଝାରସୁଗୁଡାର ନୂଆ ଜିଲ୍ଲାପାଳ ‘ଆବୋଲି ସୁନିଲ ନର୍‌ଭଣେ’

1 min read

ଭୁବନେଶ୍ୱର : ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ସରୋଜ ସାମଲଙ୍କୁ ବଦଳି କରାଯାଇ ଝାରସୁଗୁଡାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରଭଣେ । ସୋନପୁରର ଜିଲ୍ଲାପାଳ ଥିବା ନର୍‌ଭଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସୋନପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରି ଝାରସୁଗୁଡାରେ ଯୋଗ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବଦଳି ପରେ ତୁରନ୍ତ ଗତକାଲି ରାତିରେ ହିଁ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆବୋଲି ସୁନିଲ ନରଭଣେ ।

ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ବଦଳି ହୋଇଥିବା କୁହାଯାଇଛି । ଶ୍ରୀ ସାମଲ ୩ ବର୍ଷରୁ ଅଧିକ ସମୟ ଧରି ଝାରସୁଗୁଡା ଜିଲ୍ଲାପାଳ ଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ଥାନରେ ସୁନିଲ ନର୍‌ଭଣେ’ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ତେବେ ଆଇଏସ୍ ସୁନିଲ ଜଣେ ଦାୟିତ୍ୱବାନ୍ ଆଇଏସ୍ ଅଫିସର ସହ ‘କଥକ’ ଡ୍ୟାନ୍ସର ମଧ୍ୟ । ନିକଟରେ ସେ ସୁବର୍ଣ୍ଣପୁରର ସିଟି ଫେସିଟିଭାଲ୍ ଓ ଲୋକ ମହୋସ୍‌ôବ ସମୟରେ ନିଜର କଥକ ଡ୍ୟାନ୍ସ ଦ୍ୱାରା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *