Pratidin TV

Odisha's Digital News Platform

ଝୁନା ଜେନା ଅପହରଣ ଘଟଣା ; ୧୩ ମାସ ପରେ କାଜୁ ଜଙ୍ଗଲରୁ ମିଳିଲା କଙ୍କାଳ ।

ବାଙ୍କୀ ; ବାଙ୍କୀ ର ବହୁଚର୍ଚ୍ଚିତ ଝୁନା ଜେନା ଅପହରଣ ଘଟଣା ର ପର୍ଦାଫାଶ ଦୀର୍ଘ ୧୩ ମାସ ପରେ ହୋଇଛି । ଆଜକୁ ପ୍ରାୟ ୧୩ ମାସ ତଳେ ଭାରତ ମସଲା ରୁ ନିଜ ର ଡିଉଟି ସାରି ଘରକୁ ଫେରୁଥିବା ବେଳେ ଅପହରଣ ହୋଇଥିଲେ ଝୁନା । ଏହାପରେ ପରିବାର ଲୋକେ ବାଙ୍କୀ ଥାନାରେ ଅଭିଯୋଗ ଆଣିଥିଲେ । କିନ୍ତୁ ଏହି ଘଟଣା ର କିଛି ବି ସୁରାଗ ପାଇନଥିଲା ବାଙ୍କୀ ପୋଲିସ ।

ହେଲେ ଦୀର୍ଘ ୧୩ ମାସ୍‌ପରେ ଆଜି ଡମପଡା ସ୍ଥିତ କାଜୁ ଜଙ୍ଗଲ ରୁ ମିଳିଛି ଝୁନା ଙ୍କ କଙ୍କାଳ । ଏବଂ ପାଖରେ ଥିଵା ବ୍ୟାଗ ରୁ ମିଳିଛି ଝୁନା ଙ୍କ ଆଇକାର୍ଡ ଯାହାକି ଏ କଙ୍କାଳ ଟି ଝୁନା ଜେନା ଙ୍କ ର ବୋଲି ସ୍ପଟ କରୁଛି ।

ଏବେ ଘଟଣା ସ୍ଥଳରେ ବାଙ୍କୀ ତାଳବସ୍ତ ଫାଣ୍ଡି ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛନ୍ତି । ଅପର ପଟେ ତାଙ୍କ ପରିବାର ବର୍ଗ ଘଟଣା ସ୍ଥଳ ରେ ପହଞ୍ଚି ମିଳିଥିବା ବ୍ୟାଗ, ଆଇ କାର୍ଡ, ଓ ଟିଫିନ ବକ୍ସ ଆଦି କୁ ଚିନ୍ହଟ କରିଛନ୍ତି ।

Leave a Reply

Your email address will not be published. Required fields are marked *