Pratidin TV

Odisha's Digital News Platform

ମାନସିକ ବିକାର ଗସ୍ତ ଲୋକଙ୍କ ସାଥି ପାଲଟିଛି ଜୀବନଜ୍ୟୋତି ଫାଉଣ୍ଡେସନ…..

1 min read

କେନ୍ଦ୍ରାପଡ଼ା ; ଠିକଣା ହଜାଇ ଥିବା ବାର ବୁଲା ପଥିକ,ପରିଚୟ ଭୁଲି ଜୀବନର ଦୋଛକି ରାସ୍ତାରେ ବାଟବଣା ହୋଇ ନିଃସଙ୍ଗ ଜୀବନ ବିତାଉଥିବା ମାନସିକ ବିକାର ଗସ୍ଥ ଲୋକମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପ୍ରୟାସ କରିଛି ଜୀବନ ଜ୍ୟୋତି ଫାଉଣ୍ଡେସନ । ଦଶହରା.ଗଜଲକ୍ଷ୍ମୀରେ ସମସ୍ତେ ମଉଜ ମଜଲିସ କରି ନୂଆ ପୋଷକ ପରିଧ୍ୟାନ କରି ହସ ଖୁସି ରେ ସମୟ ବିତାଉ ଥିଲା ବେଳେ ମାନସିକ ବିକାର ଗସ୍ତ ଲୋକ ଙ୍କ କଥା ପଚାରେ କିଏ ? ଖରା ହେଉ କି ବର୍ଷା ସେମାନଙ୍କର ଆଶ୍ରସ୍ଥଳୀ ପାଲଟିଥାଏ ରାସ୍ତା କଡ଼ର ବୁଢା ବରଗଛ ମୂଳେ ତ ଆଉ କେବେ ନିର୍ଜନ ରାତି ରେ ପରିତ୍ୟକ୍ତ ଘର ବାରଣ୍ଡାରେ, ବଢ଼ି ଯାଇଥିବା ଚୁଟି ସାଙ୍ଗ କୁ ଛିଣ୍ଡା କପଡା ପିନ୍ଧି କାଖରେ ଗଣଣ୍ଠୁଲି ଟିଏ ଜାକି କଳା ମଚ ମଚ ରାସ୍ତା ଚାଲି ଗଲା ବେଳେ ବେଶ ବାରିହୋଇ ପଡନ୍ତି ଏମାନେ । ଚାକ ଚକ୍ୟ ସମାଜ ରେ କେବେ କେବେ ଏମାନ ଙ୍କୁ ଲୋକ ମାନେ ପାଗଳ କହି ଗୋଡ଼ାଇ ଟେକା ପଥର ଫିଙ୍ଗିବାକୁ ପଛାନ୍ତି ନାହିଁ । ଆଜି ବି ସମାଜ ରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କୁ ଖୋଜି ଖୋଜି ସେମାଙ୍କର ସେବା କରିବା ପାଇଁ ଆଗେଇ ଆସନ୍ତି । ସତରେ ସେହିଭଳି କିଛି ମଣିଷ ଦେବଦୂଲ୍ୟ ।

ଗତକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୀବନ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଦରିଆ ରାମଚଣ୍ଡୀଙ୍କ ପୀଠରେ
ମାନସିକ ଅନଗ୍ରସର ବିକାର ଗସ୍ତ ଲୋକ ମାନଙ୍କ ସେବା କରାଯାଇଥିଲା । ସେମାନଂକୁ ମଣ୍ଡନ କରାଯିବା ସହ ଶୌଚ ଆଦି କରାଯାଇ ନୂଆ ପୋଷାକ ପ୍ରଦାନ କରାଯିବା ସହ ସେମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଭୋଜନ ଆଦି ଦିଆଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୀବନଜ୍ୟୋତି ଫାଉଣ୍ଡେସନ ଏମାନଙ୍କର ସମସ୍ତ ବ୍ୟବସ୍ତା କରି ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

Advertisement

Leave a Reply

Your email address will not be published. Required fields are marked *