Pratidin TV

Odisha's Digital News Platform

ଜୀବିତ ଅଛନ୍ତି ଜିମ୍ମି ଟାଟା , କାହିଁକି ଉତ୍ତରାଧିକାରୀ ହେବେ ରତନଙ୍କ ସାବତ ଭାଇ ?

1 min read

ଆର ପାରିରେ ଲିଜେଣ୍ଡ , କିଏ ସମ୍ଭାଳିବ ଏତେ ବଡ ଦାୟିତ୍ୱ । ଉଠୁଛି ଅନେକଙ୍କ ନାମ ହେଲେ ରତନ ଟାଟାଙ୍କ ପରେ କିଏ ଅସଲ ମାଲିକ ଯିଏ ସମ୍ଭାଳିବ ପୁରା ପୁରା କାରବାର । ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ଭାରତ ଖାଲି ଜଣେ ଭେଟେରାନ, ବିଜ୍ଞ ତଥା ଜଣେ ହୃଦୟବାନ୍ ଉଦ୍ୟୋଗପତିକୁ ହରାଇନି ବରଂ ଜଣେ ଶ୍ରେଷ୍ଠ ଜୀବନ୍ତ ଉଦାହରଣ, ଯାହା ଆଜି ଇତିହାସ ପାଲଟିଛି ।

ଜିମ୍ମି ଟାଟା

Advertisement

ତେବେ ରତନ ଟାଟା ବିବାହ କରି ନ ଥିବା ବେଳେ ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ରେସରେ ବର୍ତ୍ତମାନ ଅନେକଙ୍କ ନା ଯୋଡି ଦେଇଛି । ସେହି ଭଳି ବହୁ ଚର୍ଚ୍ଚିତ ସାନ୍ତନୁ ଯିଏକି ବାର୍ଦ୍ଧକ ସମୟରେ ରତଙ୍କୁ ସମ୍ଭାଳିଥିକେ ଆଉ ତାଙ୍କ ଆଶା ବାଢି ପାଲଟିଯାଇଥିଲେ । ସହେି ସାନ୍ତନୁଙ୍କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା ହେଉଛି । ଜାରଣ ସାନ୍ତନୁହିଁ ଏକମାତ୍ର ଅତି ନିକଟତର ରତନଙ୍କ ପାଖରେ ଥିଲେ । ସେ ନିଜ ସୁଖ ଦୁଃଖ ସବୁ ସାନ୍ତନୁଙ୍କୁ ବାଣ୍ଟୁଥିଲେ । କିନ୍ତୁ ବର୍ତ୍ତମାନ ସାନ୍ତଙ୍କୁ ଏହି ରେସରୁ ହଟାଇଦେଇଛନ୍ତି ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା । ରତନ ଟାଟାଙ୍କ ବିୟୋଗରେ ନୋଏଲ୍ ଟାଟାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରତନ ଟାଟା ଓ ଜିମ୍ମି ଟାଟା

ରତନ ଟାଟାଙ୍କ ପିତା ନବଲ ହୋର୍ମୁସଜି ଦୁଇଟି ବିବାହ କରିଥିଲେ। ପ୍ରଥମ ବିବାହ ସେ ସୁନି ଟାଟାଙ୍କୁ କରିଥିଲେ। ସୁନି ଓ ନବଲଙ୍କର ଦୁଇ ପୁଅ ଥିଲେ । ସେମାନେ ହେଉଛନ୍ତି ରତନ ଟାଟା ଓ ଜିମ୍ମି ଟାଟା। ଜିମ୍ମି ଏବେ ବି ଜୀବିତ ଥିବା ବେଳେ ସେ କିନ୍ତୁ ଲାଇଟଲାଇଟ୍ରୁ ଦୂରରେ ଖୁବ୍ ସରଳ ଜୀବନ ଯାପନ କରନ୍ତି। ତେଣୁ ତାଙ୍କୁ ନେଇ ମିଡିଆରେ ବେଶି ଚର୍ଚ୍ଚା ହୁଏନି। ଏହାପରେ ନବଲ ହୋର୍ମୁସଜି ସିମୋନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସିମୋନ ଓ ନବଲ ଟାଟାଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା। ତାଙ୍କୁ ହିଁ ରତନ ଟାଟାଙ୍କ ଉତ୍ତରାଧିକାରୀ କରାଯିବ ବୋଲି ଖୁଚ୍ ଚର୍ଚ୍ଚା ହେଉଛି । ଯଦି ନୋଏଲ୍ ଟାଟା ରତନ ଟାଟାଙ୍କ ଉତ୍ତରାଧିକାରୀ ବିବେଚିତ ହେଲେ ସେ ୩,୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବେ।

ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ଗତ ୪୦ ବର୍ଷ ଧରି ନୋଏଲ ଟାଟା ଟାଟା ଗ୍ରୁପ୍ ସହ ଜଡ଼ିତ ଅଛନ୍ତି। ସେ ଏବେ ଟାଟାର ବିଭିନ୍ନ ଗ୍ରୁପ୍ର ବୋର୍ଡରେ ମେମ୍ବର ରହିଛନ୍ତି। ନୋଏଲ Tata International Limited, Voltas & Tata Investment Corporationର ଭାଇସ୍- ଚେୟାରମ୍ୟାନ୍ ବି ଅଛନ୍ତି। ଏଥିସହ ସେ Sir Ratan Tata Trust and Sir Dorabji Tata Trustର ବି ଟ୍ରଷ୍ଟି ଅଛନ୍ତି।

ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି। ତେବେ ନୋଏଲଙ୍କ ସମସ୍ତ ତିନୋଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *