Pratidin TV

Odisha's Digital News Platform

ପତ୍ନୀ ଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ଜୁଏଲ ଓରାମ , କାନ୍ଦି କାନ୍ଦି କହିଲେ ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି ..

1 min read

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ।

ତାଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ବାମୀ ଜୁଏଲ। ସେ କାନ୍ଦି କାନ୍ଦି କହିଛନ୍ତି, ହଠାତ୍‌ ତାଙ୍କର ରକ୍ତବାନ୍ତି ହେଲା। ସେ ଅଚେତ ହୋଇପଡ଼ିଲେ। ତା’ ପରେ ମେଡିକାଲ ନେଇଯାଇଥିଲୁ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ମୋତେ ଛାଡ଼ି ଚାଲିଗଲେ। ଏଥିସହିତ ସେ କହିଛନ୍ତି, ମୋର ରାଜନୈତିକ ଜୀବନରେ ସେ ବହୁତ ବଡ଼ ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଯୋଗୁ ମୁଁ ଏ ଜାଗାକୁ ଆସିପାରିଛି। ସେ ଘର ସମ୍ଭାଳିବା ସହ ପିଲାମାନଙ୍କ ଦାୟିତ୍ୱ ଠିକ୍‌ ଭାବରେ ନେଉଥିଲେ। ଯେଉଁଥିପାଇଁ ମୁଁ ବାହାରକୁ ଆସି ପାରୁଥିଲି। ତାଙ୍କ ବିୟୋଗରେ ଆମର ବହୁତ ବଡ଼ କ୍ଷତି ହୋଇଛି।

Advertisement

ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି। ଭଗବାନଙ୍କୁ ଡାକୁଛି ସାତ ଜନ୍ମ ପାଇଁ ସେ ମୋର ସାଥୀ ହୋଇ ରୁହନ୍ତୁ। ଭୁବନେଶ୍ୱରସ୍ଥିତ ଲୁମ୍ବିନୀବିହାର ବାସଭବନରେ  ମୁଖ୍ୟମନ୍ତ୍ରୀ ଙ୍କ ସହିତ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଏହାସହ ତାଙ୍କ ବିୟୋଗରେ ରାଜନୈତିକ ବ୍ୟକ୍ତିବିଶେଷମାନେ ଶୋକ ପ୍ରକାଶ କରିବା ସହ ଜୁଏଲଙ୍କୁ ଭେଟି ସମବେଦନା ଜଣାଇଛନ୍ତି।ଆଜି ଝିଙ୍ଗିଆଙ୍କ ମୃତଦେହ ସୁନ୍ଦରଗଡ଼ ଜିଲା କେନ୍ଦୁଡିହିରେ ଶେଷକୃତ୍ୟ ସମ୍ପନ୍ନ ହେବ।

Leave a Reply

Your email address will not be published. Required fields are marked *