ତୃତୀୟଥର ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ୍
1 min readନୂଆଦିଲ୍ଲୀ : କମ୍ୟୁନିଷ୍ଟ ପାର୍ଟିର ଚାରି ଦଶନ୍ଧିର ପୁରୁଣା ନିୟମ ଭାଙ୍ଗିଲା ଚୀନ । ତୃତୀୟଥର ପାଇଁ ଚୀନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନପିଙ୍ଗ୍ । ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି ।
ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ୧୦ ମାର୍ଚ୍ଚ ୨୦୨୩ ଯାଏଁ ଦିଆଯାଇଥିଲା । ତେବେ ସି ଜିନପିଙ୍ଗ୍ ବର୍ତ୍ତମାନ ଚାଇନାର ସବୁଠାରୁ ଲମ୍ବା ଶାସନ କରୁଥିବା ରାଷ୍ଟ୍ରପତି ହେବେ । ୧୯୮୨ ମସିହାରୁ ଚୀନର ରାଷ୍ଟ୍ରପତି ପଦର କାର୍ଯ୍ୟକାଳ ୧୦ ବର୍ଷ ରହିଥିଲା । ଜିନପିଙ୍ଗ୍୍ ଏହି ପଦରେ ତୃତୀୟ ଥର ନିର୍ବାଚିତ ହେବାପରେ ଭାଙ୍ଗିଛି ଏହି ରେକର୍ଡ ।
ଆଗକୁ ଆହୁରୀ ୫ ବର୍ଷ ସେ ଏହି ଦାୟିତ୍ୱ ସମ୍ଭାଳିବେ ।