Pratidin TV

Odisha's Digital News Platform

ସେନା ଗାଡ଼ି ଉପରକୁ ଗୁଳିମାଡ଼ କଲେ ଆତଙ୍କବାଦୀ,ଜବାବ ଦେଲେ ଯବାନ ଜଣେ ଆତଙ୍କୀ ସଫା

1 min read

ଜାମୁ କାଶ୍ମୀରରେ ସେନା ଗାଡି ଉପରେ ପୁଣି ହେଲା ଆତଙ୍କୀ ହମଲା | କିଛି ସନ୍ଦିଗ୍ଧ ଆତଙ୍କବାଦୀ ଅଖୁନର ସେକ୍ଟରରେ ଆଖିବୁଜିଆ ଗୁଳିମାଡ଼ କରିଛନ୍ତି | ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି | ଜାମୁ କାଶ୍ମୀର ସେନା ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନକୁ କଡାକଡି କରିଛନ୍ତି | ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଅନ୍ୟ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି | ଯାହାର ଜବାବ ଦେଇଛନ୍ତି ଯବାନ, ଜଣେ ଆତଙ୍କବାଦୀକୁ କଲେ ନିପାତ। 

ସୂଚନା ଅନୁଯାୟୀ, ଆଜି ସକାଳେ ଯବାନମାନେ ଏକ ଗାଡ଼ିରେ ଯାଉଥିଲେ। ଅଖନୁର ସେକ୍ଟେରର ବାଟା ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ଯବାନମାନେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଆକ୍ରମଣ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରି ଦେଇଛନ୍ତି। ତେବେ ଦୀପାବଳୀ ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ ଏପରି ହମଲା କରିଛନ୍ତି ଆତଙ୍କବାଦୀ। ଗତ ସପ୍ତାହ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବଢିବାରେ ଲାଗିଛି । ବିଶେଷ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ | ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀ ମାନେ ଗୁଳିମାଡ଼ କରିଥିଲେ | ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା | ତେବେ ଆଜି ପୁଣି ଗୁଳିମାଡ଼ ହୋଇଛି |

Advertisement

Leave a Reply

Your email address will not be published. Required fields are marked *