Pratidin TV

Odisha's Digital News Platform

ଟଙ୍କା ଦିଅ , ବ୍ୟାଙ୍କରେ ଚାକିରୀ ନିଅ..

1 min read

ଭଦ୍ରକ : ବେକାରୀ ଯୁବକଙ୍କର ଫାଇଦା ଉଠାଉଛନ୍ତି ଠକ । ଏଠି ଚାକିରୀ ସେଠି ଚାକିରୀ କରେଇଦେବା କହି ହଜାର ହଜାର ଟଙ୍କା ଲୁଟିନେଉଛନ୍ତି । ଆମ ଯୁବ ପିଢୀ ମଧ୍ୟ ସର୍ଟକଟରେ ଚାକିରୀ ପାଇବା ଚକ୍କରରେ ଏଭଳି ଠକାମୀର ଶିକାର ହେଉଛି ।

ଟଙ୍କା ଦିଅ ଚାକିରୀ ନିଅ,ସେଫଟି ଆଉ ସିକୁରିଟି ଦାୟିତ୍ୱ ଆମର । ସେ ପୁଣି ଯାଇ ତାଇ କମ୍ପାନୀର ନୁହଁ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଷୟଲମ ବ୍ୟାଙ୍କ ସହ ବିଭିନ୍ନ ଜାତୀୟ ସ୍ଥରର ବ୍ୟାଙ୍କରେ । ପିଅନ ଠାରୁ ଆରମ୍ଭ କରି ଅଫିସର ସବୁ ପ୍ରକାର ଚାକିରୀ ଆମ୍ଭେ ଦେଉଛୁ । ପ୍ରଥମେ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ତାପରେ କାଗଜାତ ଯାଞ୍ଚ ପାଇଁ ୨୫୦ ଓ କଲ ଯିବା ପରେ ଆଉ ୫ ହାଜର ଦେଲେ ନିଯୁକ୍ତି ପତ୍ର ତମ ଡାହାଣ ହାତରେ ।

ଏହି ଭଳି କିଛି ପ୍ରତିଶୃତି ଦେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡ଼ି ଛକଠାରୁ ମାତ୍ର ୫୦ ମିଟର ଦୂରରେ value of man career privet limited ନାମକ ଏକ କମ୍ପାନୀ ବେକାରୀ ପିଲାଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ଉଠିଛି । ଅଭିଯୋଗ କରିଥିବା ଦୁଇପିଲା କିପରି ଠକାମୀର ଶିକାର ହୋଇଛନ୍ତି ଚାଲନ୍ତୁ ଜାଣିବା ।

ତେବେ ଏହି ଅଭିଯୋଗ ଗ୍ରାମାଞ୍ଚଳ ପୋଲିସ ପାଖରେ ପହଂଚିବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସମ୍ପୃକ୍ତ କାର୍ୟ୍ୟାଳୟ ରେ ତାଲା ଝୁଲାଇବା ସହିତ ସମ୍ପୃକ୍ତ କାର୍ୟ୍ୟାଳୟର ଜଣେ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖୀ ତଦନ୍ତ ଜାରି ରଖିଛି ।ତେବେ ପ୍ରାଥମିକ ତଦନ୍ତ ରୁ ଯାହା ଜଣାଯାଇଛି ସଂସ୍ଥାର ମୁଖ୍ୟ ସୁଦୂର ରାଜଧାନରୁ ଏହି କାର୍ୟ୍ୟାଳୟକୁ ପରିଚାଳନା କରୁଥିବା ଜଣାପଡିଛି ଜ୍ଝତେବେ ପୋଲିସ ତଦନ୍ତ ପରେ ଘଟଣା ସତ୍ୟାସତ୍ୟ ପଦାକୁ ଆସିବ ।

Leave a Reply

Your email address will not be published. Required fields are marked *