Pratidin TV

Odisha's Digital News Platform

ରେଳ ବିଭାଗରେ ଖାଲି ପଡିଛି ପଦବୀ , ଶୀଘ୍ର କରନ୍ତୁ ଆବେଦନ ..

1 min read

ନୂଆଦିଲ୍ଲୀ : ସରକାରୀ ଚାକିରୀ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର । କେନ୍ଦ୍ରୀୟ ରେଳ ବିଭାଗରେ ଖାଲିପଡିଛି ୨୪୨୨ଟି ପଦବୀ । ଆପ୍ରେଣ୍ଟିସ୍ ପୋଷ୍ଟର ଆବେଦନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆ ୱେବସାଇଟ୍ RRCCR.COM ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ରେଜିଷ୍ଟ୍ରେସନ୍ ପକ୍ରିୟ ଡିସେମ୍ବର ୧୫ ରୁ ଆରମ୍ଭ ହୋଇଛି ।

ଆବେଦନ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୧୫ ,୨୦୨୩ । ଆଗ୍ରହୀ ପ୍ରାର୍ଥୀ ଅତିକମ୍‌ରେ ଦଶମ ଶ୍ରେଣୀରେ ସର୍ବନିମ୍ନ ୫୦% ମାର୍କ ସହିତ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପାଠ୍ୟକ୍ରମ ସମାପ୍ତ କରିଥିବେ ।
କେନ୍ଦ୍ରୀୟ ରେଳ ନିଯୁକ୍ତି ୨୦୨୨-
ମୁମ୍ବାଇ କ୍ଲଷ୍ଟର-୧୬୫୯ ପୋଷ୍ଟ
ଭୁସାୱାଲ କ୍ଲଷ୍ଟର-୪୧୮ ପୋଷ୍ଟ
ପୁନେ କ୍ଲଷ୍ଟର- ୧୫୨ ପୋଷ୍ଟ
ନାଗପୁର-୧୧୪ ପୋଷ୍ଟ
ସୋଲାପୁର- ୭୯ ପୋଷ୍ଟ

ବୟସ- ପ୍ରାର୍ଥୀମାନଙ୍କ ବୟସ ୧୫-୧୨-୨୦୨୨ ସୁଦ୍ଧା ୧୮ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର ।
ଚୟନ ପକ୍ରିୟା – ବିଜ୍ଞପ୍ତି ଅନୁଯାୟୀ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ । ମେରିଟ୍ ଲିଷ୍ଟ ଦଶମ ଶ୍ରେଣୀର ମାର୍କର ସର୍ବନିମ୍ନ ୫୦% ଏଗ୍ରିଗେଟ୍ ମାର୍କ ସହିତ+ ଆଇଟିଆଇର ଏକ ସରଳ ହାରାହାରି ମାର୍କ ଆଧାରରେ ପ୍ୟାନେଲ ହେବ ।

ଆବେଦନ ଶୁକ୍ଳ – ପୋଷ୍ଟ ପାଇଁ ଆବେଦନ ଶୁକ୍ଳ ମାତ୍ର ୧୦୦ ଟଙ୍କା ରହିଛି । ଏହାକୁ ଆବେଦନକାରୀ ମାନେ ଅନଲାଇନ ଜରିଆରେ ଦେବେ । ଅର୍ଥାତ୍ ଡେବିଟ୍ କାର୍ଡ,କ୍ରେଡିଟ୍ କାର୍ଡ,ଇଣ୍ଟର ନେଟ୍ ବ୍ୟାଙ୍କିଙ୍ଗ୍ ବା ଏସବିଆଇରେ ଚାଲାଣ କାଟି ଏହି ଦେୟ ପ୍ରଦାନ କରିପାରିବେ ।
କିପରି କରିବେ ଆବେଦନ –
RRCCR.COM ପରିଦର୍ଶନ କରି ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବା ଆବଶ୍ୟକ । ଅନଲାଇନ ଫର୍ମ ପୂରଣ କରିବା ପାଇଁ ସବିଶେଷ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହେବ । ପ୍ରାର୍ଥୀମାନେ ଅନଲାଇନରେ ଫର୍ମ ପୂରଣ କରିବା ସହ ବ୍ୟକ୍ତିଗତ ବିବରଣୀ ବା ବାୟୋଡାଟା ଇତ୍ୟାଦି ପୂରଣ କରିବା ପାଇଁ ପ୍ରଦାନ କରଯାଇଥିବା rrr/cr ୱେବସାଇଟ RRCCR.COM ରେ ଲଗ୍ ଇନ୍ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *