JIPMER ରେ ବାହାରିଲା ନିଯୁକ୍ତି , ପଡିଛି ୪୫୬ଟି ପଦବୀ ଖାଲି ….
1 min readନୂଆଦିଲ୍ଲୀ : ପୁଣି ବାହରିଲା ନିଯୁକ୍ତି । ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କ ପାଇଁ (JIPMER)ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ବାହାରିଲା ନିଯୁକ୍ତି ସୁଯୋଗ । ୪୫୬ ଟି ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ।
ନସିଂ ଅଫିସରେ ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଅନଲାଇନ୍ ମୋଡ଼ରେ ଆବେଦନ କରିବେ ।
ଶିକ୍ଷାଗତ ଯୋଗ୍ୟତା
– ଡିପ୍ଲୋମା,
-ବିଏସସି.ନସିଂ
-ଜି.ଏନଏମ
ତେବେ ଏହି ପଦବୀର ଆବେଦନ ପାଇଁ ପ୍ରାର୍ଥୀମାନଙ୍କୁ କିଛି ଫିସ୍ ଡିପୋଜିଟ୍ କରିବାକୁ ପଡିବ ।
ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନେ -୧୫୦୦ ଟଙ୍କା
ଏସସି / ଏସଟି ବର୍ଗର ପ୍ରାର୍ଥୀମାନେ – ୧୨୦୦ ଟଙ୍କା
ପ୍ରାର୍ଥୀମାନଙ୍କ ବୟସ ସୀମା- ୧୮ ରୁ ୩୫ ବର୍ଷ
ଆବେଦନ କରିବାର ସମୟସୀମା – ନଭେମ୍ବର ୭ ତାରିଖ ରୁ ଡିସେମ୍ବର ୧ ତାରିଖ ।