ହ୍ବାଇଟ୍ ହାଉସରେ ଦୀପାବଳି ପାଳିଲେ ଜୋ ବାଇଡେନ,କହିଲେ ମୋ ଘର ନୁହେଁ ତୁମ ଘର ….
1 min readଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିଛନ୍ତି। ହ୍ୱାଇଟ୍ ହାଉସରେ ଦିପାବଳୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀ ସମେତ ୬୦୦ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ। ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ, ଭାରତୀୟ ମୂଳବାସିନ୍ଦା ଆମେରିକୀୟ ନାଗରିକମାନଙ୍କୁ ସୋମବାରରେ ହ୍ବାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ବାଇଡେନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ହ୍ବାଇଟ ହାଉସ ମୋର ନୁହେଁ , ଏହା ତୁମର ଘର।
ଆମେରିକାର ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିବା ସମୟରେ କହିଛନ୍ତି, “ରାଷ୍ଟ୍ରପତି ଭାବରେ ମୋତେ ହ୍ୱାଇଟ୍ ହାଉସରେ ଆୟୋଜିତ ହୋଇଥିବା ସର୍ବ ବୃହତ୍ତ ଦୀପାବଳି ପାଳନ କରିବାର ସୁଯୋଗ ମିଳିଛି। ମୋ ପାଇଁ ଏହା ସୌଭାଗ୍ୟର ବିଷୟ। ମୁଁ ଆମେରିକାର ପ୍ରତିନିଧିତ୍ୱ କରୁଥିବାରୁ ଗର୍ବିତ, ଏକ ଦୃଢ ପ୍ରଶାସନ ଗଠନ ପ୍ରତିବଦ୍ଧତା। ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ଦେଶର ପ୍ରଥମ ଲେଡି ଡକ୍ଟର ଜିଲ୍ ବାଇଡେନ୍ ରାଷ୍ଟ୍ରପତି ଭବନରେ ଦୀପାବଳି ଉତ୍ସବରେ ଯୋଗ ଦେଇପାରିନଥିଲେ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଉଭୟ ବ୍ୟସ୍ତ ଥିବା ନେଇ ସୂଚନା ରହିଛି।