Pratidin TV

Odisha's Digital News Platform

କୁକୁର କମାଣ୍ଡର ହ୍ୱାଇଟ ହାଉସରୁ ହେଲା ବିଦା,୧୧ଜଣଙ୍କୁ କାମୁଡି ସାରିଲାଣି ଏହି କୁକୁର..

ହ୍ୱାଇଟ ହାଉସରୁ ବିଦା ହେଲା କମାଣ୍ଡର। ସେ ହେଉଛି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର । ଦୀର୍ଘ ୨ବର୍ଷ ହେଲା ତାଙ୍କ ସହ ରହି ଆସୁଥିଲା ସେଫର୍ଡ କୁକୁର। ଦିନକୁ ଦିନ ଅତି ଭୟଙ୍କର ହୋଇ ଚାଲିଥିଲା କୁକୁର କମାଣ୍ଡର । ବର୍ତ୍ତମାନ ସୁଦ୍ଧା ୧୧ ଜଣ ସୁରକ୍ଷାକର୍ମୀଙ୍କୁ ନିଜର ଶିକାର କରିସାରିଛି ବାଇଡେନଙ୍କ ଏହି କୁକୁର। ବାରମ୍ବାର ଆକ୍ରମଣର ଶିକାର ହେବା ଫଳରେ ହ୍ୱାଇଟ ହାଉସରେ ଚିନ୍ତା ଲାଗିଥିଲା । କିଛିଦିନ ପୂର୍ବରୁ ଜର୍ମାନ ସେଫର୍ଡ କୁକୁର ଆମେରିକା ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କୁ କାମୁଡିଥିଲା । ଯାହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ହ୍ୱାଇଟ ହାଉସରୁ ବୁଧବାର ଦିନ ଦେଇଥିବା ବିବୃତ୍ତିିରେ କହିଛି ଯେ ‘ଏହି କୁକୁର ଅନେକ କର୍ମଚାରୀଙ୍କୁ କାମୁଡ଼ି ଦେଇଥିଲା । ଏଭଳି ପରିସ୍ଥିତିରେ ବାଇଡେନ ଦୁଇ ବର୍ଷ ବୟସ୍କ ଜର୍ମାନ କୁକୁରକୁ ଏକ ଅଜ୍ଞାତ ସ୍ଥାନକୁ ପଠାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଏହି କୁକୁର ୨୦୨୧ ମସିହାରେ ଏକ ସୁନ୍ଦର କୁକୁର ଭାବରେ ହ୍ୱାଇଟ ହାଉସରେ ପହଞ୍ଚିଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ ଏହା ଅନେକ ଆତଙ୍କ ସୃଷ୍ଟି କରିଛି । ହ୍ୱାଇଟ ହାଉସ୍ ନିଜେ ସ୍ୱୀକାର କରିଛି ଯେ ବାଇଡେନଙ୍କ କୁକୁର କମାଣ୍ଡର ଏପର୍ଯ୍ୟନ୍ତ ୧୧ ଜଣ ଏଜେଣ୍ଟଙ୍କୁ କାମୁଡ଼ି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *