Pratidin TV

Odisha's Digital News Platform

ରାଷ୍ଟ୍ରପତି ଦୌଡରୁ ଓହରିଲେ ଜୋ ବାଇଡେନ , ବସିବେ କମଳା ହାସନ ।

1 min read

ଜୋ ବାଇଡନ କଲେ ବଡ ଘୋଷଣା । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍। ଚିଠି ଲେଖି ଏହାର ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି। ଦେଶ ଓ ଦଳର ହିତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବାଇଡେନ୍।

ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି ।

Advertisement

ଅନ୍ୟପଟେ ନଭେମ୍ୱର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ତା ଉପରେ ସାରା ବିଶ୍ୱର ନଜର ରହିଛି । ସେହିପରି ବାଇଡେନ ଏହି ଘୋଷଣା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ରେସରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ପାଇଁ ବାଟ ଫିଟିଛି । ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନା ନାହିଁ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଦିନ ତଳେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲାଇଭ ଡିବେଟ ବେଳେ ବାଇଡେନ ପଛରେ ପଡ଼ିଯାଇଥିଲେ ।

ଏପରିକି ଟ୍ରମ୍ପଙ୍କ ଆରୋପକୁ ମଧ୍ୟ ସଠିକ୍ ଢଙ୍ଗରେ କାଉଣ୍ଟର କରିପାରିନଥିଲେ । ଏହାପରଠୁ ଡେମୋକ୍ରାଟିକ ପାର୍ଟିର ଗୋଟିଏ ଗୋଷ୍ଠୀ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବାକୁ ଚାପ ପକାଇଥିଲେ । ଦଳୀୟ ଚାପ, ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *