ଜନ୍ ଆବ୍ରାହମ୍ଙ୍କ ଫିଟିନେସ୍ ରେ ରାଜ , ୨୫ ବର୍ଷ ହେଲା ଖାଇନାହାନ୍ତି ମିଠା ..
1 min readବଲିଉଡ ହିରୋ ଜନ୍ ଆବ୍ରାହମ୍ କେବଳ ଅଭିନୟ ପାଇଁ ତାଙ୍କ ଫିଟ୍ନେସ୍ ପାଇଁ ମଧ୍ୟ ଅଧିକ ପ୍ରସିଦ୍ଧ ଲାଭ କରିଛନ୍ତି । ତାଙ୍କର ଫିଟିନେସ୍ ଆଗରେ ବଲିଉଡର ନାମି ଦାମୀ ହିରୋ ମଧ୍ୟ ହାର ମାନିଯାନ୍ତି । ହେଲେ ଜନ୍ ନିଜ ଫିଟିନେସ୍ କୁ ଅଧିକ ଧ୍ୟାନ ଦିଅନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଅନେକ କଠୋର ନିୟମ ଆପଣେଇଥାନ୍ତି ଅଭିନେତା । ବର୍ତ୍ତମାନ ପାକିସ୍ତାନୀ ଅଭିନେତା ଏଲି ଖାଁ ଜନ୍ ଆବ୍ରାହମ୍ଙ୍କ ବିଷୟରେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ଏଲି ଖାଁ ଅନେକ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି ଖୁବ୍ ଶୀଘ୍ର ତାଙ୍କୁ ଜନ୍ ଆବ୍ରାହମଙ୍କ ସହିତ ତେହେରାନ୍ ଫିଲ୍ମ ରେ ଦେଖିବାକୁ ମିଳିଥିଲା ।
ଏଲି ଖାଁ ବର୍ତ୍ତମାନ ଜନ ଆବ୍ରାହମଙ୍କ ଫିଟିନେସ୍ କୁ ନେଇ ଅନେକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ଅଭିନେତା ନିକଟରେ ଜନ୍ ଆବ୍ରାହମ୍ ଙ୍କ ବିଷୟରେ କହିଛନ୍ତି ଯେ । ଜନ୍ ଏକ ଯୋଗୀଙ୍କ ପରି ତାଙ୍କ ଜୀବନ ବିତାଇଥାନ୍ତି । ସେ ସର୍ବଦା ଶୃଙ୍ଖଳିତ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ସବୁଠୁ ବଡ କଥା ହେଉଛି ଜନ୍ ନିଜକୁ ସୁସ୍ଥ ରଖିବା ପାଇଁ ୨୫ ବର୍ଷ ହେବ ଚିନି କି ମିଠା ଜିନିଷ ଖାଇନାହାନ୍ତି । ସେଥିପାଇଁ ସେ ବେସ୍ ସହଜରେ ସାର୍ଟ ଖୋଲି ପାରୁଛନ୍ତି । ତା ସହିତ ଜନ୍ ଧୁମ୍ରପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । ଜନ୍ ସର୍ବଦା ନିରାମିଷ ଖାଦ୍ୟ ଖାଇଥାନ୍ତି । ଏହାବ୍ୟତିତ ଏଲି ଖାଁ ଜନ୍ ଆବ୍ରାହିମଙ୍କ ବିଷୟରେ ଅନେକ କଥା ହୋଇଥିଲେ ।
ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଜନ୍ ଆବ୍ରାହମ୍ ଖୁବ୍ ଶୀଘ୍ର ୱେଦା ଫିଲ୍ମରେ ନଜର ଆସିବେ । ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା, । ୱେଦା ଚଳଚ୍ଚିତ୍ରରେ ଅଭିଷେକ ବାନାର୍ଜୀ, ତମନ୍ନା ଭାଟିଆ ଏବଂ ଶ୍ରାବରୀଙ୍କ ପରି ଅଭିନେତା ଜନ୍ ଅବ୍ରହାମଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଜୁଲାଇ ୧୨ ରେ ମୁକ୍ତିଲାଭ କରିବ । ଜନ ଏବେ ଫୋର୍ସ ୩ ଓ ୱେଦା ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ।