Pratidin TV

Odisha's Digital News Platform

କାହିଁକି IPL ଖେଳୁ ଖେଳୁ ନାଁ ବଦଳାଇ ଦେଲେ କ୍ରିକେଟର ?

1 min read

ଚାଲିଛି ଆଇପିଏଲ ର ମହାସମର । ମୁଁହାମୁଁହି ହେଉଛନ୍ତି ଦଳ ,ଆଉ ସମସ୍ତଙ୍କ ଲକ୍ଷ୍ୟ ଟ୍ରଫି ହାତେଇବା । ହେଲେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଖେଳାଳି ଜୋସ ବଟଲର ଆନୁଷ୍ଠାନିକ ଭାବରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ସେ ତାଙ୍କ ନାମର ପ୍ରଥମ ଅକ୍ଷର ଜୋସ ରୁ ଜୋଶ କୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି । ବର୍ତ୍ତମାନ କ୍ରିକେଟର ଜୋଶ ବଟଲର ଭାବରେ ଜଣାଯିବେ ।

ଇଂଲଣ୍ଡ କ୍ରିକେଟ ବୋର୍ଡ ଏହାର ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ଜୋଶ ବଟଲର ବ୍ୟାଖ୍ୟା କରିଛନ୍ତି ଯେ, ସେ କାହିଁକି ତାଙ୍କ ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୋଶ ବଟଲର ଭିଡିଓରେ କହୁଛନ୍ତି ଯେ ତାଙ୍କୁ ସାରା ଜୀବନ ଭୁଲରେ ‘ଜୋସ’ କୁହାଯାଉଛି । ଯଦିଓ ୩୦ ବର୍ଷରୁ ଅଧିକ ସମୟ ପାଇଁ ଏହାର ଉନ୍ନତି ପାଇଁ ପ୍ରୟାସ କରାଯାଇଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ ।

ତେଣୁ ବର୍ତ୍ତମାନ ନାମକୁ ଆନୁଷ୍ଠାନିକ ଭାବେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭିଡିଓରେ ସେ କହୁଛନ୍ତି ଯେ, ମୁଁ ଜୋଶ ବଟଲର, ଇଂଲଣ୍ଡ ସୀମିତ ଓଭର ଦଳର ଅଧିନାୟକ, କିନ୍ତୁ ମୋତେ ସାରା ଜୀବନ ଭୁଲ ନାମରେ ଡକାଯାଇଛି । ମୋର ଜନ୍ମଦିନ କାର୍ଡ ଠାରୁ ସ୍କୁଲ କଲେଜ ପର୍ଯ୍ୟନ୍ତ … ସବୁଆଡେ ‘ଜୋସ’ ବ୍ୟବହୃତ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ଆସିଛି ମୋ ନାମରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ … ତେଣୁ, ମୁଁ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ମୋର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ମୁଁ ଆନୁଷ୍ଠାନିକ ଭାବରେ ଜୋଶ ବଟଲର ।

Leave a Reply

Your email address will not be published. Required fields are marked *