ଯୋଶୀମଠରେ ମାଡି ଆସୁଛି ବିପଦ , ଇସ୍ରୋ ପଠାଇଲା ସାଟେଲାଇଟ୍ ଚିତ୍ର ..
1 min readଉତ୍ତରାଖଣ୍ଡ : ଯୋଶୀମଠରେ ମାଡି ଆସୁଛି ବିପଦ । ୧୨ ଦିନରେ ୫.୪ ସେଂଟିମିଟର ଦବିଲାଣି ଭୂମି । ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ନ୍ୟାଶନାଲ ରିମୋଟ ସେଂସିଂ ସେଂଟର ଯୋଶୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି ।
ଏହି ଚିତ୍ରରୁ ଜଣାପଡିଛି କି ଜୋଷୀମଠରେ କେମିତି ଧିରେ ଧିରେ ଭୂମି ଧସିବାରେ ଲାଗିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଜୋଶୀମଠ ମାତ୍ର ୧୨ ଦିନର ୫.୪ ସେଂଟିମିଟର ଧସି ଯାଇଛି । ଇସ୍ରୋ ଚିତ୍ର ଜାରି କରି କହିଛି, ୨୭ ଡିସେମ୍ବର ୨୦୨୨ ଓ ୮ ଜାନୁୟାରୀ ୨୦୨୩ ମଧ୍ୟରେ ଜୋଷୀମଠରେ ୫.୪ ସେଂଟିମିଟର ଭୂମି ଧସି ଯାଇଛି । ଏପ୍ରିଲ ୨୦୨୨ ଓ ନଭେମ୍ବର ୨୦୨୨ ମଧ୍ୟରେ ଜୋଷୀମଠରେ ୯ ସେଣ୍ଟିମିଟର ଭୂମି ଧସିଥିବା ଦେଖାଯାଇଛି । ଏନଏସଆରସି କହିଛି, ଗତ ସପ୍ତାହ ଅର୍ଥାତ୍ ଡିସେମ୍ବର ଓ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଅଧିକ ମାତ୍ରାରେ ଧସିବା ଘଟଣା ସାମ୍ନାକୁ ଆସିଛି । ଆଗକୁ ଏହି ସହର ସମ୍ପୂର୍ଣ୍ଣ ଭାବେ ଧସି ନଷ୍ଟ ହୋଇଯିବ ବୋଲି ଅନୁମାନ କରିଛନ୍ତି ଗବେଷକ ।