ଧାରଣାରେ ବସିଲେ ସାମ୍ବାଦିକ ବର୍ଗ ,କଲେ ଉପଜିଲ୍ଲାପାଳଙ୍କ ବଦଳି ଦାବି..
1 min readମୟୁରଭଞ୍ଜ : ଦୁର୍ନୀତିରେ ବୁଡି ରହିଥିବା ଉପଜିଲ୍ଲାପାଳଙ୍କ ବଦଳି ନେଇ ବଢିଲା ତାତି । ବିଭିନ୍ନ କ୍ଷେତ୍ରରେ ଉପଜିଲ୍ଲାପାଳ ନିଜର ମନମାନି କରିବା ସହିତ ସାମ୍ବାଦିକଙ୍କୁ ଉପେକ୍ଷା କରିବା ଘଟଣାକୁ ନେଇ ତେଜିଛି ଉପଜିଲ୍ଲାପାଳଙ୍କ ବଦଳି ଦାବି । ଯାହାକୁ ନେଇ ଆଜି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କପ୍ତିପଦା ଉପଖଣ୍ଡର ସାମ୍ବାଦିକ ପରିବାର ବର୍ଗ ।
ଉପଜିଲ୍ଲାପାଳ ଭଗବାନ ବେହେରା ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ, ବିସ୍ଥାପିତଙ୍କୁ ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା କରିବା ସହିତ ବିଭିନ୍ନ ସରକାରୀ ଯୋଜନାକୁ ଦିଗ ହରା କରାଇଛନ୍ତି । ବିଶେଷକରି ସାଧାରଣତନ୍ତ୍ର ଦିବସ ବୈଠକରେ ସାମ୍ବାଦିକ କରୋନା ବାହକ କହି ବୈଠକକୁ ମନା କରିଥିଲେ ଯାହାକୁ ନେଇ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ମନମାନିକୁ ବିରୋଧ କରିଥିଲେ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ।
ବଦଳି ଦାବି କରି ସାମ୍ବାଦିକ ପରିବାର ପକ୍ଷରୁ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ ସୁଦ୍ଧା ଆଜି ପଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନ ଯିବାରୁ ଧାରଣାରେ ବସିଛନ୍ତି ସାମ୍ବାଦିକ । ବଦଳି ନ ହେବା ପଯ୍ୟନ୍ତ ପ୍ରତି ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ଧାରଣାରେ ବସିବେ ବୋଲି କହିଛନ୍ତି । ଆନ୍ଦୋଳନ ରତ ସାମ୍ବାଦିକ ଓ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଉଦଳା ଓକିଲ ସଂଘ ମଧ୍ୟ ଏହାକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛନ୍ତି ।