Pratidin TV

Odisha's Digital News Platform

ବସ୍ତି ପିଲାଙ୍କୁ ଗପ ବହି ବାଣ୍ଟିଲେ ସାମ୍ବାଦିକ , ମୋବାଇଲ ନୁହଁ ବହିରୁ ଶିଖିବାକୁ ଦେଲେ ଉପଦେଶ ।

1 min read

କଟକ: ଇଲେକ୍ଟ୍ରୋନିକ୍ ଯୁଗରେ ସମସ୍ତେ ଏବେ ସ୍ମାର୍ଟ୍ ଫୋନ୍ ରେ ବ୍ୟସ୍ତ । ମୋବାଇଲ୍ ରେ କିଛି ଭଲ ଆଉ କିଛି ଖରାପ୍ ଜିନିଷ ଆସୁଥିବା ବେଳେ ପିଲା ମାନେ ଆଗ୍ରହ କରନ୍ତି ବେଶୀ ଖରାପ୍ ଚିତ୍ରକୁ ଦେଖିବା ପାଇଁ । କିନ୍ତୁ ଦିନକୁ ଦିନ ଗପ ବହି ପଢ଼ିବାର ଆଗ୍ରହ ଓ ସୁଯୋଗ କୁନି କୁନି ପିଲାଙ୍କ ପାଖରେ କମି କମିଯାଉଛି ।

ପିଲାବେଳେ ଆମେ ମାନେ ଅନେଇ ବସିଥାନ୍ତି ସପ୍ତାହରେ କେତେବେଳେ ଜନ୍ହ ମାମୁଁ ବହି ଆସିବ ବଜାରକୁ । ତା’କୁ କିଣି ନେଇ ପଢ଼ିବାର ଯେଉଁ ଆଗ୍ରହ ଥିଲା ବର୍ତ୍ତମାନ ତାହା ଲୁକ୍କାୟିତ । କାହିଁକି ନା ଏବେ ସମସ୍ତଙ୍କୁ ଦରକାର୍ ହାତରେ ଖଣ୍ଡେ ଖଣ୍ଡେ ମୋବାଇଲ୍ । ଆଗରୁ ମା’ ଟିଏ ବିକ୍ରମ୍ ବେତାଳ କାହାଣୀ କହି ନିଜ ପିଲାଟିକୁ ଖୁଆଇ ଦେଉଥିଲା । ଏମିତିକି ବାଇ ଚଢ଼େଇ ଗପ କହି ଶୁଆଇ ଦେଉଥିଲା । କିନ୍ତୁ ଏବେ ପରିବେଶ ସହ ପରିସ୍ଥିତି ମଧ୍ୟ ଭିନ୍ନ । ତେବେ ଏ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଛୋଟିଆ ପ୍ରୟାସଟେ କରିଛନ୍ତି କଟକର କିଛି ସାମ୍ୱାଦିକ ।ରାଜକିଶୋର ପଣ୍ଡା, ଜୟ ମହାନ୍ତି, ଜଗନ୍ନାଥ ପ୍ରସାଦ ମହାନ୍ତି, ବିଭୁ ପ୍ରସାଦ ସ୍ବାଇଁ, ପ୍ରିୟବ୍ରତ ପଟ୍ଟନାୟକ, ସଞ୍ଜୟ ଚକ୍ରବର୍ତ୍ତୀ, ଗୁରୁଦତ୍ତ ମହାନ୍ତି, ସିଦ୍ଧେଶ୍ୱର ରାଉଳ, ଜ୍ଞାନ ରଞ୍ଜନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement

ଆସ ଗପ ପଢ଼ିବା ଗପ ବହି ମାଧ୍ୟମରେ ବସ୍ତିର କୁନି କୁନି ପିଲାଙ୍କୁ ଗପ ବହି ପଢ଼ାଇ ସେମାନଙ୍କ ଭିତରେ ହଜି ଯାଇଥିବା ଆଈ ମା କାହାଣୀ ହେଉ ବା ଜନ୍ହ ମାମୁଁ ଗପ ହେଉ, କି ସେ ମୀନା ବଜାର ହେଉ ଏଇ ସବୁ ଗପ ବହି ବାଣ୍ଟିବା ସହ ଛୁଆଙ୍କ ହାତରେ କେମିତି ମୋବାଇଲ୍ ଦୁରୁପଯୋଗ ନ ହେବ ସେ ନେଇ ସଚେତନ କରଯାଇଥିଲା । କେବଳ ସେତିକି ନୁହେଁ ସାମ୍ବାଦିକ ମାନଙ୍କ ଦ୍ଵାରା କିଛି ଖାତା, କଲମ, ପେନସିଲ୍, ରବର, କଟର୍, ଓ ଚକୋଲେଟ୍ ଆଦି ଦିଆଯାଇ ପିଲାଙ୍କୁ ଉତ୍ସାହିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *