Pratidin TV

Odisha's Digital News Platform

ଜଙ୍ଗଲରେ ଆମ୍ବ ଟାକୁଆ ବୁଣି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଦୈତାରୀ ଜେନା ….

1 min read

କେନ୍ଦ୍ରାପଡା : ଅସନ୍ତୁଳିତ ପରିବେଶ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୁଷ୍ଟି ଲାଗି ସରକାରୀ ଓ ବେସରକାରୀ ସ୍ତରରେ ଦୀର୍ଘ ବର୍ଷ ହେବ ଉଦ୍ୟମ ଜାରି ରହିଛି । ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ରାଜନଗର ଠାରେ ଥିବା ୧୦୦ଏକର ଜଙ୍ଗଲରେ ଆମ୍ବ ଟାକୁଆ ପକାଇ ଆମ୍ବ ବଗିଚା ସୁଷ୍ଟି କରିବାର ସଂକଳ୍ପ ନେଇଛନ୍ତି ସ୍ଥାନୀୟ ଗାଁର ଯୁବ ସାମ୍ବାଦିକ ଦୈତାରୀ ଜେନା ।

କଟକ ବନଖଣ୍ଡ ଅଧୀନରେ ଥିବା ଏହି ରାଜନଗର ଜଙ୍ଗଲଟିରେ ଶାଗୁଆନ, ଶାଳ, ପିଆଶାଳ ସମେତ ବିଭିନ୍ନ ଗଛ ଭରପୁର ରହିଛି । ମାତ୍ର ଏହି ଜଙ୍ଗଲ ମଧ୍ୟରେ କୌଣସି ଫଳନ୍ତି ଗଛ ନାହଁ । ତେବେ ଏହି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ମଧ୍ୟରେ ୫୦୦୦ ଆମ୍ବ ଟାକୁଆ ପକାଇ ଆମ୍ବ ବଗିଚା ସୁଷ୍ଟି କରିବାକୁ ପ୍ରୟାସ କରିଛନ୍ତି ଦୈତାରୀ । ପ୍ରଥମ ପ୍ରଯ୍ୟାୟରେ ଏକ ହଜାରରୁ ଅଧିକ ଟାକୁଆ ବୁଣିଥିବା ବେଳେ ଦ୍ୱିତୀୟ ପ୍ରଯ୍ୟୟରେ ସେ ୨୦୦୦ ଟାକୁଆ ବୁଣିଥିଲେ । ତେବେ ଆଗାମୀ ଦିନରେ ଆଉ କିଛି ଟାକୁଆ ସହ କାଜୁ ଏବଂ ପଣସ ମଞ୍ଜି ବୁଣି ବାକୁ ଲକ୍ଷ ରଖିଛନ୍ତି ଦୈତାରୀ ।

Advertisement

ଗାଁମାନଙ୍କରେ ଆମ୍ବ ଖାଇ ଟାକୁଆ ଗୁଡିକୁ ଏଣେ ତେଣେ ପକାଉ ଥିବା ଟାକୁଆକୁ ସେ ଗୋଟାଇ ଏକତ୍ରିତ କରି ଜଙ୍ଗଲ ମଧ୍ୟ୍ୟରେ ବୁଣୁଛନ୍ତି । ତେବେ ସେହି ଜଙ୍ଗରେ କିଛି ହରିଣ ମଧ୍ୟ ଥିବାରୁ ଆଗାମୀ ଦିନରେ ମୟୁର ଛୁଆ ଛାଡିବାକୁ ଲକ୍ଷ ରଖିଥିବା କହିଛନ୍ତି ଶ୍ରୀ ଜେନା । ସମୃକ୍ତ ଅଞ୍ଚଳରେ ଦୈତାରୀଙ୍କ ଏଭଳି କାମକୁ ଲୋକମାନେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *