Pratidin TV

Odisha's Digital News Platform

ନିଜକୁ ଅନାଥ କହି ଅନ୍ୟ ଝିଅଙ୍କୁ ଵିଵାହ କରୁଥିଲା ସ୍ବାମୀ, ଜାଣିଦେଲେ ମହିଳା ସାମ୍ବାଦିକା ମଧୁମିତା

1 min read

ଧିରେ ଧିରେ ହଟୁଛି ମୃତ ସାମ୍ବାଦିକାଙ୍କ ମଧୁମିତାଙ୍କ ମୃତ୍ୟୁର ଗୁମର । ନିଜକୁ ଅନାଥର ପରିଚୟ ଦେଇ ଅନେକ ଝିଅଙ୍କ ସହ ସର୍ମ୍ପକ ରଖୁଥିଲେ ସାମ୍ବାଦିକାଙ୍କ ସ୍ୱାମୀ ଶ୍ରୀଧର । ଆଉ ପୂର୍ବରୁ ମଧ୍ୟ ଜଣଙ୍କୁ ବିବାହ କରି ଡିଭୋର୍ସ ନେଇଥିଲେ ଶ୍ରୀଧର । ମଧୁ-ଶ୍ରୀଧରଙ୍କ ୫ ବର୍ଷର ପ୍ରେମ ସର୍ମ୍ପକରେ ଏକଥା ମଧୂକୁ ଜାଣିବାକୁ ଦେଇନଥିଲେ ସ୍ୱାମୀ ଶ୍ରୀଧର । କିନ୍ତୁ ବିବାହର କିଛି ଦିନରେ ସ୍ୱାମୀଙ୍କ ହ୍ୱାର୍ଟସଆପରେ ଅନ୍ୟ ଝିଅଙ୍କ ନଂରେ ଅଶ୍ଳାଳୀନ ମେସେଜ୍ ଦେଖିବା ପରେ ମଧୁଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଆଉ ଏସବୁ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ପରେ ପରେ ମଧୁ ସ୍ୱାମୀ ଶ୍ରୀଧରର ଡିଭୋର୍ସ କେସ୍ ମଧ୍ୟ ଜାଣି ନେଇଥିଲେ । ଆଉ ଶ୍ରୀଧରର ଅଶଲ ମୁଖା ଖୋଲିଯିବା ପରେ ମଧୁଙ୍କ ମଧ୍ୟ ସେ ଡିଭୋର୍ସ ଦେବାକଥା କହିଥିଲେ । ଯାହା ପରେ ପୁରାପୁରି ଭାଙ୍ଗି ପଡିଥିଲେ ମଦୂ । କାହିଁକି ନା ଗୋଟେ ପଟେ ପ୍ରେମ କରି ଶ୍ରୀଧରଙ୍କ ହାତ ଧରିଥିଲେ ମଧୁ ଆଉ ଅନ୍ୟପଟେ ସେଇ ସ୍ୱାମୀ ହିଁ ଏତେ ବଡ ଧୋକା ଦେଇଦେଲା ।

Leave a Reply

Your email address will not be published. Required fields are marked *